‘ଅଲା ବୈକୁଣ୍ଠପୁରମଲୋ’ ଫିଲ୍ମର ହେବ ହିନ୍ଦୀ ରିମେକ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଷ୍ଟାଇଲିସ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏକ ଫିଲ୍ମର ରିମେକ୍ କରିବେ ବଲିଉଡ କଳାକାର କାର୍ତ୍ତିକ ଆର୍ଯ୍ୟନ। ଅଲ୍ଲୁ ଅର୍ଜୁନ ଓ ପୂଜା ହେଗଡେଙ୍କ ‘ଅଲା ବୈକୁଣ୍ଠପୁରମଲୋ’ ଫିଲ୍ମ ୨୦୧୮ରେ ଧମାକା ସୃଷ୍ଟି କରିଥିଲା। ଏହାର ହିନ୍ଦୀ ରିମେକରେ କାର୍ତ୍ତିକଙ୍କ ସହ କୀର୍ତ୍ତି ସେନନ ଅଭିନୟ କରିବେ। ନିକଟରେ ଏହି ଫିଲ୍ମର ଏକ ଗୀତ ବୋଟା ବୋମ୍ମା ଗୀତରେ କାର୍ତ୍ତିକଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। କିଛିଦିନ ପୂର୍ବେ କାର୍ତ୍ତିକଙ୍କ ହାତରୁ ୩ଟି ବଡ଼ ବ୍ୟାନରର ଫିଲ୍ମ ଛଡ଼ାଇ ନିଆଯାଇଥିଲା । ଯାହାକୁ ନେଇ ସୋସିଆଲ ସାଇଟରେ ତାଙ୍କ ପ୍ରତି ସମର୍ଥନର ସୁଅ ଛୁଟିଥିଲା। ଏପରିକି ଆମେ ଏକ ସୁଶାନ୍ତ ସିଂ ରାଜପୁତଙ୍କୁ ହାତଛଡା କରିବୁ ନାହିଁ ବୋଲି ସେମାନେ କହିଥିଲେ।

Leave a Reply

Your email address will not be published. Required fields are marked *