ଭାରତ ସମେତ ଏହି ସବୁ ଦେଶରେ ସମୟଠାରୁ ଅଧିକ କାମ କରନ୍ତି କର୍ମଚାରୀ

ଭାରତ ସମେତ ଏହି ସବୁ ଦେଶରେ ସମୟଠାରୁ ଅଧିକ କାମ କରନ୍ତି କର୍ମଚାରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସମୟଠୁ ଅଧିକ କାମ କରିବାକୁ କାହାକୁ ବା ପସନ୍ଦ କୁହନ୍ତୁ। ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ କି କାମ କରିବା ସମୟରେ ମଧ୍ୟ ଠକିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ କେତେକ ଲୋକ ପରିସ୍ଥିତିରେ ପଡ଼ିଲେ ବା ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଅଧିକ କାମ କରନ୍ତି। ଆବଶ୍ୟକତାଠାରୁ ଅଧିକ କାମ କରିବା ଉଭୟ ଶାରୀରିକ ଓ ମାନସିକ ଅବସ୍ଥା ଖରାପ କରିଥାଏ। ଏହି କାରଣରୁ, ମଣିଷ ମନରେ ବହୁ ମାତ୍ରାରେ ଉଦାସୀନତା ସୃଷ୍ଟି ହୁଏ । ଏହା ସତ୍ତ୍ଵେ ଦୁନିଆରେ ଅନେକ ଦେଶ ଅଛି ଯେଉଁଠାରେ କର୍ମଚାରୀମାନଙ୍କୁ ଆବଶ୍ୟକଠୁ ଅଧିକ ପରିମାଣରେ କାମ କରାଯାଇଥାଏ। ଏହି ଦେଶଗୁଡିକରେ, ଜଣେ କର୍ମଚାରୀଙ୍କୁ ଦିନକୁ ୧୫ -୧୬ ଘଣ୍ଟା କାମ କରିବାକୁ ପଡ଼ିଥାଏ, ଯେଉଁଥିପାଇଁ ସେମାନେ ସର୍ବଦା ଚାପଗ୍ରସ୍ତ ରୁହନ୍ତି। ଅନେକ ଥର, ଶ୍ରମିକମାନଙ୍କ ଉପରେ ବଢୁଥିବା କାର୍ଯ୍ୟ ଭାର ହ୍ରାସ କରିବାକୁ ସେହିସବୁ ଦେଶଗୁଡିକରେ ଅନେକ ବଡ ଆନ୍ଦୋଳନ ମଧ୍ୟ ହେଉଛି, କିନ୍ତୁ ଫଳାଫଳ ବିଶେଷ କିଛି ପଡ଼ି ନାହିଁ। ଅନ୍ୟ ପଟେ, ଏପରି କିଛି ଦେଶ ଅଛି ଯେଉଁଠାରେ କର୍ମଚାରୀମାନେ କାମରେ ଅତ୍ୟଧିକ ନିଶାସକ୍ତ ଅଟନ୍ତି। ଏହି ଦେଶଗୁଡିକରେ, କମ୍ପାନୀ ଏବଂ ସରକାର ସେମାନଙ୍କର କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ବାଧ୍ୟ କରି ଛୁଟିରେ ପଠାଇଥାଆନ୍ତି। ତେବେ ଚାଲନ୍ତୁ ଜାଣିବା ସେହିପରି କିଛି ଦେଶ ବିଷୟରେ ଯେଉଁଠାରେ କର୍ମଚାରୀମାନେ ହାରାହାରି ଠାରୁ ଅଧିକ କାମକରନ୍ତି –
ଚୀନ୍:-
ଚାଇନାରେ ଜଣେ କର୍ମଚାରୀଙ୍କଠାରୁ ହାରାହାରି ଘଣ୍ଟାରୁ ଅଧିକ ସମୟ କାମ ଆଦାୟ କରାଯାଇଥାଏ। ଏହି କାରଣରୁ, ସେଠାକାର ଯୁବକମାନେ ରାଗନ୍ତି। ଏଠାରେ ସପ୍ତାହର ୬ ଦିନ ଜାକ ୧୨-୧୨ ଘଣ୍ଟା କାମ କରିଥାଆନ୍ତି ଲୋକମାନେ, ଯେଉଁ କାରଣରୁ ସେମାନେ ସର୍ବଦା ଚିନ୍ତାରେ ରୁହନ୍ତି। ଏଠାରେ ଥିବା ଯୁବକମାନେ ୧୨ ଘଣ୍ଟା କାର୍ଯ୍ୟ ସମୟ ହ୍ରାସ କରିବାକୁ ବିଭିନ୍ନ ସମୟରେ ଦାବି କରୁଛନ୍ତି। କିନ୍ତୁ ଚୀନ୍ ସରକାର ସେମାନଙ୍କ ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରିବା ସହ ଅଭିଯାନର ପ୍ରସାର ହ୍ରାସ କରିବାକୁ ସେନ୍ସର ଲାଗୁ କରିଛନ୍ତି।
କୋଷ୍ଟାରିକା ଏବଂ ଦକ୍ଷିଣ କୋରିଆ:-
ଆମେରିକାର ମଧ୍ୟ ଭାଗରେ କୋଷ୍ଟାରିକା ଏକ ଦେଶ ରହିଛି। ଯେଉଁଠାରେ ଗୋଟିଏ ବର୍ଷରେ, କର୍ମଚାରୀଙ୍କ ଠାରୁ ପ୍ରାୟ ୨୦୬୦ ଘଣ୍ଟା କାମ ଆଦାୟ କରାଯାଏ। ଏହାପୂର୍ବରୁ ଦକ୍ଷିଣ କୋରିଆର ପ୍ରତ୍ୟେକ କର୍ମଚାରୀଙ୍କୁ ମଧ୍ୟ ସମାନ ସମୟ କାମ କରାଯାଉଥିଲା। ପରେ, ସରକାରଙ୍କ ଦ୍ୱାରା କିଛି ନିୟମରେ ପରିବର୍ତ୍ତନ କରାଯାଇ କାର୍ଯ୍ୟ ସମୟ ହ୍ରାସ କରାଯାଇଥିଲା। ଦକ୍ଷିଣ କୋରିଆରେ କର୍ମଚାରୀମାନଙ୍କୁ ତଥାପି ସପ୍ତାହରେ ୫୨ ଘଣ୍ଟା କାମ କରିବାକୁ ପଡ଼ିଥାଏ।
ଭାରତ:-
ଆମ ଦେଶ ଭାରତରେ ମଧ୍ୟ ଶ୍ରମିକଙ୍କୁ ଅଧିକ କାମ କରାଯାଏ। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, ଭାରତରେ ହାରାହାରି ଭାବେ ଶ୍ରମିକମାନେ ସହରରେ ୫୩ ରୁ ୫୪ ଘଣ୍ଟା କାମ କରୁଥିବା ବେଳେ ଗାଁ ଗୁଡିକରେ ୪୬ ରୁ ୪୭ ଘଣ୍ଟା କାମ କରନ୍ତି।
ଋଷ:-
ଋଷ ଦେଶରେ ମଧ୍ୟ ବ୍ୟକ୍ତିମାନେ ଆବଶ୍ୟକତାଠାରୁ ଅଧିକ କାମ କରନ୍ତି। ଏହି ଦେଶର ସରକାର ନିୟମ କରିଛନ୍ତି ଯେ ଜଣେ ବ୍ୟକ୍ତି ସପ୍ତାହରେ ହାରାହାରି ୪୯ ଘଣ୍ଟା କାମ କରିପାରିବ ଏବଂ ଯଦି ସେ ଅଧିକ ସମୟ କାମ କରିବାକୁ ଚାହାଁନ୍ତି ତେବେ ତାଙ୍କ ଦ୍ଵାରା ସପ୍ତାହରେ ୫୦ ଘଣ୍ଟାରୁ ଅଧିକ କାମ କରାଯାଇ ପାରିବ ନାହିଁ। ଏହା ସତ୍ତ୍ଵେ ଋଷର ଲୋକମାନେ ଘରୁ କାମ କରନ୍ତି, ଯାହା ଦ୍ଵାରା ସେମାନେ ସର୍ବାଧିକ ଟଙ୍କା ରୋଜଗାର କରି ପାରିବେ।
ଜାପାନ:-
ଜାପାନ ଲୋକ କେତେ କର୍ମଠ ତାହା ସମସ୍ତଙ୍କୁ ଜଣା। ଏହା ହେଉଛି ଏକମାତ୍ର ଦେଶ ଯେଉଁଠାରେ ଲୋକମାନଙ୍କ ମଧ୍ୟରେ ଅଧିକ କାମ କରିବାର କ୍ରେଜ୍ ଥାଏ। ଏଠାକା ଲୋକମାନଙ୍କୁ କାମ କରିବାର ନିଶା ସର୍ବଦା ଲାଗି ରହିଥାଏ। ଜାପାନର ଲୋକମାନେ ଦିନକୁ ୧୬-୧୬ ଘଣ୍ଟା କାମ କରନ୍ତି। ଏଠାରେ କର୍ମଚାରୀମାନଙ୍କୁ ପେଡ୍ ଲିଭ୍ ମଧ୍ୟ ମିଳିଥାଏ। ଏହା ସତ୍ତ୍ଵେ ସେଠାକାର ଲୋକମାନେ ଅଧିକ ଛୁଟି ନେଇନଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଜାପାନ ସରକାର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଛୁଟି ଦିଅନ୍ତି, ଯାହାଫଳରେ କର୍ମଚାରୀଙ୍କ ଚାପ କମିବ ଏବଂ ସେମାନଙ୍କର କାମ କରିବା ପାଇଁ ଆଗ୍ରହ ବୃଦ୍ଧି ପାଇବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: