ଆସନ୍ତା ଦୁଇ ଦିନର ପାଣିପାଗ ଅପଡେଟ୍

ଆସନ୍ତା ଦୁଇ ଦିନର ପାଣିପାଗ ଅପଡେଟ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଶ୍ଚିମା ଝଡ଼ର ପ୍ରଭାବରେ ଫେବ୍ରୁଆରୀ ୯ ଏବଂ ୧୦ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା, ଝଡ଼, ବଜ୍ରପାତ ଓ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ଫେବ୍ରୁଆରୀ ୧୦ ଏବଂ ୧୧ ତାରିଖରେ ଝଡ଼ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।
ସୋମବାର ଠାରୁ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ବର୍ଷା ଏବଂ ଝଡ଼ ହେବା ଯୋଗୁଁ ରାତିର ତାପମାତ୍ରା କେତେକ ସ୍ଥାନରେ କମିବାର ସମ୍ଭାବନା ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: