କମୁନି ମୃତ୍ୟୁ ସଂଖ୍ୟା

କମୁନି ମୃତ୍ୟୁ ସଂଖ୍ୟା

ପ୍ରିଜିମ ନ୍ୟୁଜ ବ୍ୟୁରୋ: କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି କମିନି। ଗତକାଲି ୨୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୨୧। ଏହାକୁ ମିଶାଇ ରାଜ୍ୟରୋ ମୋଟ୍‌ ମୃତ୍ୟୁ ସଂଖ୍ୟା ୮୭୭୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଯାଜପୁର ଓ ମୟୁରଭଞ୍ଜରୁ ୩ଜଣ ଲେଖାଏ ଥିବା ବେଳେ ବାଲେଶ୍ୱର, କଟକ, ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ଲେଖାଁଏ ରହିଛନ୍ତି। ଅନ୍ୟାନ୍ୟ ଜିଲ୍ଲା ଭଦ୍ରକ, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଖୋଗ୍ଦ୍ଧା, କେନ୍ଦୁଝର, ନୂଆପଡ଼ା, ପୁରୀ, କେନ୍ଦ୍ରାପଡ଼ାରୁ ୧ଟି ଲେଖାଁଏ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: