ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି ସଂକ୍ରମଣ

ରାଜ୍ୟରେ ଦ୍ରୁତ ଗତିରେ ହ୍ରାସ ପାଉଛି ସଂକ୍ରମଣ

ପ୍ରିଜିମ ନ୍ୟୁଜ ବ୍ୟୁରୋ : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ଯା। ଗତ ୨୪ଘଣ୍ଟା ମଧ୍ୟରେ ଦେଢ ହଜାର ତଳକୁ ହ୍ରାସ ପାଇ ଏହା ୧୪୯୭ରେ ପହଞ୍ଚିଛି । ଏହି ସଂକ୍ରମିତଙ୍କ ମଧ୍ୟରେ ୨୮୩ଜଣ ଶିଶୁ ରହିଥିବାବେଳେ କ୍ୱାରେଣ୍ଟାଇନ୍‍ରୁ ୮୭୪ଜଣ ରହିଛନ୍ତି । ସେହଭଳି ୬୨୩ ଲୋକାଲ କେଶ୍‍ ରହିଛନ୍ତି ।ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ରୋଗୀଙ୍କ ସଂଖ୍ୟା ୧୨,୩୭,୯୭୬ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୧୨,୬୮,୩୦୮ ଜଣ ସୁସ୍ଥ ହୋଇ ସାରିଲେଣି । ସେହିଭଳି ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୫୨୫କୁ ହ୍ରାସ ପାଇଛି ।ସେହିଭଳି ରାଜ୍ୟରେ ଆଉ ୨୦ଜଣଙ୍କ ମୃତ୍ୟୁ କରୋନାରେ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି । ଏହି ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୭୫୪ରେ ପହଞ୍ଚି ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬ଜଣଙ୍କ ମୃତ୍ୟୁ ଉଲ୍ଲେଖ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: