ପଶ୍ଚିମବଙ୍ଗରୁ ଫେରିଲେ କ୍ୱାରେଣ୍ଟାଇନ୍ ବାଧ୍ୟ

ପଶ୍ଚିମବଙ୍ଗରୁ ଫେରିଲେ କ୍ୱାରେଣ୍ଟାଇନ୍ ବାଧ୍ୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଲେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। କୋରୋନାର ଟ୍ରିପଲ ମ୍ୟୁଟାଣ୍ଟ ଅତି ଭୟଙ୍କର ହୋଇଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ତୁରନ୍ତ ନିୟମ ପାଳନ କରିବାକୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗର ସମସ୍ତ ସୀମାନ୍ତ ରାସ୍ତାରେ ଯାଞ୍ଚ କରାଯିବ। ସେହିପରି ୪୮ ଘଣ୍ଟା ପୂର୍ବର ଆରଟି-ପିସିଆର୍ ନେଗେଟିଭ୍ ଓ କୋରୋନା ଟିକାର ଦ୍ୱିତୀୟ ଡୋଜର ପ୍ରମାଣପତ୍ର ନଥିଲେ ସେମାନଙ୍କୁ କ୍ଲଷ୍ଟର ଟିଏମସିରେ ୧୪ ଦିନ ଲାଗି ରଖାଯିବ। ସେମାନଙ୍କୁ ଖାଇବାକୁ ଦିଆଯିବ। ଚାହିଁଲେ ପେଡ୍ କ୍ୱାରେଣ୍ଟାଇନରେ ରହିପାରିବେ କିନ୍ତୁ ହୋମ୍ କ୍ୱାରେଣ୍ଟାଇନ୍ ଅନୁମତି ଦିଆଯିବ ନାହିଁ। ଏହାସହ ବିମାନରେ ଭୁବନେଶ୍ୱର ଓ ଝାରସୁଗୁଡ଼ା ଆସୁଥିବା ଲୋକେ ମଧ୍ୟ କ୍ୱାରେଣ୍ଟାଇନରେ ରହିବେ। ୪୮ ଘଣ୍ଟା ପୂର୍ବର ଆରଟି-ପିସିଆର୍ ନେଗେଟିଭ୍ ଓ କୋରୋନା ଦ୍ୱିତୀୟ ଡୋଜର ପ୍ରମାଣପତ୍ର ଥିଲେ ସେମାନେ ଘରକୁ ଯାଇପାରିବେ ଏବଂ କ୍ୱାରେଣ୍ଟାଇନରେ ରହିବେ। ଗାଁସ୍ତରରୁ ପଶ୍ଚିମବଙ୍ଗକୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରାଯିବ। ଶୁ୍କ୍ରବାର ଠାରୁ ଏହି ନିଷ୍ପତ୍ତି ଲାଗୁ ହେବ। ସମସ୍ତଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯିବ। ସରପଞ୍ଚ, ୱାର୍ଡ ସଭ୍ୟ ଏନେଇ ଜନସଚେତନତା ସୃଷ୍ଟି କରିବେ। କେହି ପଶ୍ଚିମବଙ୍ଗରୁ ଫେରିଥିଲେ ସ୍ଥାନୀୟ ପ୍ରଶାସନ, ବିଡିଓ କିମ୍ବା ପୋଲିସକୁ ଜଣାଇବାକୁ କୁହାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: