ବିନା ଡ୍ରାଇଭରରେ ଚାଲିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍, ତା’ ପରେ…

ବିନା ଡ୍ରାଇଭରରେ ଚାଲିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍, ତା’ ପରେ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ହୃଦୟ ଥରେଇ ଦେବା ପରି ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଗ୍ୟାସ୍ ସିଲିଣ୍ଡରରେ ଭର୍ତ୍ତି ଟ୍ରକ୍ ହଠାତ୍ ଆପେ ଆପେ ଚାଲିବା (Truck Starts Rolling Without Driver)ରେ ଲାଗିଲା । ସେହି ସମୟରେ ଡ୍ରାଇଭର ଗାଡ଼ି ନିକଟରେ ଛିଡ଼ା ହୋଇଥିଲେ । କିଛି କ୍ଷଣ ଟ୍ରକଟି ଯିବା ପରେ ଡ୍ରାଇଭର ଅତି ଚତୁରତାର ସହ ଟ୍ରକ ଭିତରକୁ ଯାଇ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିଲେ । ବ୍ରାଜିଲରେ ଏହି ଘଟଣା ଘଟିଛି | ଏହି ପୁରା ଘଟଣା କ୍ୟାମେରାରେ ରେକର୍ଡ କରାଯାଇଥିଲା |
ଡ୍ରାଇଭର ଗାଡ଼ି ଷ୍ଟାଟ୍ କରି ଗ୍ୟାସ୍ ସିଲିଣ୍ଡର ଲୋଡ୍ ହେବାକୁ ଛାଡି ଦେଇଥିଲେ। ସେହି ସମୟରେ ଗାଡ଼ିଟି ନ୍ୟୁଟ୍ରଲରେ ଥିଲା | ଅଚାନକ ଟ୍ରକ୍ ଟି ରାସ୍ତା ଆଡକୁ ଗଡ଼ିବାର ଲାଗିଲା | ଟ୍ରକ ଡ୍ରାଇଭରକୁ ଅତିକ୍ରମ କରିବା ପରେ ଉପସ୍ଥିତ ବୁଦ୍ଧି ଖଟାଇ ଡ୍ରାଇଭର ଜଣ ଚତୁରତାର ସହ ଟ୍ରକ୍ ଭିତରକୁ ଯାଇ ଗାଡ଼ିରେ ବ୍ରେକ୍ ଦେଇଥିଲେ । ସୌଭାଗ୍ୟବଶତଃ ଏହ ବିରାଟ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ଏହି ଘଟଣାଟି ଏପ୍ରିଲ ୭ ତାରିଖରେ ବ୍ରାଜିଲର ମିନସ୍ ଗେରୈସ୍ ଇବ୍ରାଇଟ୍ ଠାରେ ଘଟିଥିଲା।
ୟୁଟ୍ୟୁବରେ ଅନେକ ଲୋକ ଡ୍ରାଇଭରଙ୍କ ସାହସକୁ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ‘ଡ୍ରାଇଭ ସଠିକ୍ କାର୍ଯ୍ୟ କରିଛନ୍ତି ।’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଡ୍ରାଇଭର ଅତ୍ୟନ୍ତ ଚତୁରତାର ସହ ଟ୍ରକ୍ କୁ ଦୁର୍ଘଟଣା ହେବାରୁ ରକ୍ଷା କରିଛନ୍ତି ।
ନିୟନ୍ତ୍ରଣ ବାହାରେ ଥିବା ଏହି ଟ୍ରକର ଭିଡିଓ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିବା ଏହା ପ୍ରଥମ ଘଟଣା ନୁହେଁ। ୨୦୧୯ରେ ଆମେରିକାର ଇଲିନୋଇସର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ବାହାରେ ଏକ ବରଫ ରାସ୍ତାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ମହିଳା ଏବଂ ଦୁଇଜଣ ସୈନିକ ନିଖୋଜ ହୋଇଯାଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: