ରାଜ୍ୟଗୋଷ୍ଠୀ କ୍ରୀଡା: ବ୍ୟାଡମିଣ୍ଟନରେ ଦେଶ ପାଇଁ ସୁନା ଆଣିଲେ ସୁନା ଝିଅ ପିଭି ସିନ୍ଧୁ

ରାଜ୍ୟଗୋଷ୍ଠୀ କ୍ରୀଡା: ବ୍ୟାଡମିଣ୍ଟନରେ ଦେଶ ପାଇଁ ସୁନା ଆଣିଲେ ସୁନା ଝିଅ ପିଭି ସିନ୍ଧୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଶେଷ ଦିନରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ। ପିଭି ସିନ୍ଧୁ କାନାଡାର ମିସେଲ ଲିଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି। ମ୍ୟାଚ୍ ମଝିରେ ଆହତ ସତ୍ବେ ସେ ଭାରତ ପାଇଁ ଇତିହାସ ରଚିଛନ୍ତି। ଏଥି ସହିତ କାନାଡାର ମିସେଲ ଲିଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି।ସିନ୍ଧୁ ଫାଇନାଲ ମ୍ୟାଚରେ କାନାଡାର ଖେଳାଳି ମିଶେଲ ଲିଙ୍କୁ ୨-୦ରେ ହରାଇଛନ୍ତି। ସିନ୍ଧୁ ଫାଇନାଲ ପୂର୍ବରୁ ଗେମରେ ଆଗୁଆ ରହିଥିଲେ।

ପିଭି ସିନ୍ଧୁ ପ୍ରଥମ ରାଉଣ୍ଡକୁ ୨୧-୧୫ ବ୍ୟବଧାନରେ ଜିତିଥିଲେ । ସେହିପରି ଦ୍ୱିତୀୟ ରାଉଣ୍ଡରେ ୨୧-୧୩ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।ଭାରତ ଏପର୍ଯ୍ୟନ୍ତ ୧୯ ସ୍ୱର୍ଣ୍ଣ, ୧୫ ରୌପ୍ୟ ଏବଂ ୨୨ ବ୍ରୋଞ୍ଜ ପଦକ ସହିତ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଭାରତ ପାଖରେ ଏବେ ୫୬ଟି ମେଡଲା ରହିଛି। ଏହି ମାମଲାରେ କାନାଡା ତୃତୀୟ ସ୍ଥାନରେ ରହିଛି। କାନାଡ ପାଖରେ ୨୬ ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ୬୬ଟି ସ୍ୱର୍ଣ୍ଣ ରହିଛି। ଅଷ୍ଟ୍ରେଲିଆ ପଦକ ତାଲିକା ଶୀର୍ଷରେ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: