OK ର ଆରମ୍ଭ କେଉଁଠୁ ଜାଣନ୍ତି କି?

OK ର ଆରମ୍ଭ କେଉଁଠୁ ଜାଣନ୍ତି କି?

ପ୍ରିଜମ ନ୍ୟୁଜ ବ୍ୟୁରୋ: ପ୍ରାୟ ସମସ୍ତେ ନିତିଦିନିଆ ବାର୍ତ୍ତାଳାପରେ ଅନେକ ଥର ଓକେ (OK)ଶବ୍ଦର ବ୍ୟବହାର କରିଥାନ୍ତି। ଏହା ଏପରି ଏକ ଶବ୍ଦ ଯାହା ପ୍ରତ୍ୟେକ ଭାଷାରେ ଫିଟ୍ ହୋଇଥାଏ। ଇଂରାଜୀରେ ଯଦିଓ ଏହା helo ପରେ ସର୍ବାଧିକ ବ୍ୟବହୃତ ହେଉଥିବା ଶବ୍ଦ ବୋଲି ଜଣାପଡିଛି। କିନ୍ତୁ ହିନ୍ଦୀ ଓ ଅନ୍ୟ ଭାଷାରେ ଲୋକମାନେ ଏହାକୁ କଥାବାର୍ତ୍ତା ଭାଷାରେ ଅଧିକ ବ୍ୟବହାର କରନ୍ତି। ତେବେ ଏହି ଓକେ ଶବ୍ଦ କେଉଁଠୁ ଆସିଛି ଆପଣ ଜାଣନ୍ତି କି?ତେବେ OK ଶବ୍ଦ ପଛରେ ରହିଛି ବିଶେଷ କାହାଣୀ। ଯଦି ଓକେ ଶବ୍ଦର ପୃଷ୍ଠଭୂମି ଅନୁସନ୍ଧାନ କରାଯାଏ। ତେବେ ଆପଣ ଏକ ବିଚିତ୍ର କାହାଣୀ ଜାଣିବାକୁ ପାଇବେ। କିଛି ଲୋକ ବିଶ୍ୱାସ କରନ୍ତି ଯେ ଏହା ଇଂରାଜୀରୁ ନୁହେଁ ବରଂ ସ୍ପେନିସରୁ ଆସିଛି। କିନ୍ତୁ ବାସ୍ତବରେ ଏହା ଏକ ଆମେରିକୀୟ ଇଂରାଜୀ ଶବ୍ଦ।

ପ୍ରତ୍ୟେକ ଭାଷାରେ ବ୍ୟବହୃତ ହେଉଛି Ok:-

ବାସ୍ତବରେ, କୌତୁହଳର ବିଷୟ ହେଉଛି ଯେ ବର୍ତ୍ତମାନ ବୋଧହୁଏ OK ଦୁନିଆର ପ୍ରତ୍ୟେକ ଭାଷାରେ ବ୍ୟବହୃତ ହେଉଛି। କିନ୍ତୁ ସବୁ ଭାଷାରେ ଉଚ୍ଚାରଣର ଭିନ୍ନ ହୋଇପାରେ। କେଉଁଠି ଏହାକୁ ଓକେ କୁହାଯାଏ ତ ଆଉ କୋଉଠି ଏହାକୁ ଓକେଜ୍ କୁହାଯାଏ, ପୁଣି କେଉଁଠି ଓକି ଭାବେ ବ୍ୟବହାର କରାଯାଏ। କିନ୍ତୁ ଯେକୌଣସି ଭାଷାରେ କହିଲେ ବି ଶୁଣିବା ପରେ ଜଣା ପଡ଼େ ଯେ ଏହା OK କୁହାଯାଇଛି।

ଏହା ଏକ YANKEE ଶବ୍ଦ:-

ଆଜିକାଲି, ଓକେ ପ୍ରାୟ ସମସ୍ତେ ଛୋଟରୁ ବଡ ବିନା ଦ୍ୱିଧାରେ ବ୍ୟବହୃତ କରୁଛନ୍ତି। ପଢନ୍ତୁ ବା ନପଢନ୍ତୁ ସମସ୍ତେ OK ର ବ୍ୟବହାର କରିଥାନ୍ତି ଅତି ସହଜରେ। ଯଦିଓ କିଛି ଦଶନ୍ଧି ପୂର୍ବରୁ ଏହା ହେଉନଥିଲା । ଶିକ୍ଷାବିତମାନେ ଏହି ଶବ୍ଦର ବ୍ୟବହାରକୁ ବଜାରି ଶବ୍ଦ ବୋଲି ବିବେଚନା କରନ୍ତି। ବିଶ୍ୱାସ କରାଯାଏ ଯେ ଏହା ହେଉଛି YANKEE ଶବ୍ଦ, ଯାହା ଅଧିକ ଗମ୍ଭୀରତା ପ୍ରଦାନ କରେ ନାହିଁ।

କେଉଁଠୁ ଆରମ୍ଭ ହେଲା OK?:-

ଏହି ଶବ୍ଦର ଉତ୍ପତ୍ତି ବିଷୟରେ ସାଧାରଣ ଧାରଣା ହେଉଛି ଯେ ଆମେରିକାର ରାଷ୍ଟ୍ରପତି ଆଣ୍ଡ୍ରିୟୁ ଜ୍ୟାକସନ All Correct ସ୍ଥାନରେ ଏହାର ସଂକ୍ଷିପ୍ତ ରୂପ oll correctର ଭୁଲ ବନାନକୁ ଠିକ ଭାବରେ ବା OK ଭାବରେ ବ୍ୟବହାର କରିଥିଲେ। କିନ୍ତୁ ଭାରତ ଏବଂ ପାକିସ୍ତାନରେ ଓକେ ଅଭ୍ୟାସ ଜର୍ଜ ୱାଶିଂଟନ୍ କିମ୍ବା ଆବ୍ରାହମ୍ ଲିଙ୍କନଙ୍କ ଫଳାଫଳ ବୋଲି ବିଶ୍ୱାସ କରାଯାଏ। ଯଦିଓ କିଛି ଲୋକ ଆମେରିକାର କୌଣସି ବି ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ଶବ୍ଦର ପରିଚୟ ପାଇବାକୁ ଭୁଲ ବୋଲି ବିବେଚନା କରନ୍ତି।

OK କୁ ନେଇ ଏକ ବିଶ୍ୱାସନୀୟ କାହାଣୀ ରହିଛି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ। ଯାହାର ନିର୍ବାଚନ ପ୍ରଚାର ପ୍ରାୟ ୧୮୦୦ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା। ପ୍ରାର୍ଥୀଙ୍କ ପୌତ୍ରିକ ଗ୍ରାମ ନ୍ୟୁୟର୍କ ରାଜ୍ୟରେ ଥିଲା ଏବଂ ଏହାର ନାମ ଓଲ୍ଡ କିନ୍ଦରହକ୍ (Old Kinderhook)ଥିଲା। ସେଥିପାଇଁ ତାଙ୍କ ସମର୍ଥକମାନେ ସମାନ ନାମର ପ୍ରାରମ୍ଭିକ ଅକ୍ଷର ସହିତ ଏକ Ok ଗୋଷ୍ଠୀ ଗଠନ କରିଥିଲେ । ଏହି ଶବ୍ଦଟି ବହୁ ପ୍ରଚାର ପାଇଲା।ଓକେକୁ ନେଇ ଆଉ ଏକ କାହାଣୀ ମଧ୍ୟ ରହିଛି। ଆମେରିକୀୟ ରେଳବାଇର ପ୍ରାରମ୍ଭିକ ଦିନରେ ଗୋଟିଏ ଡାକ କିରାଣୀର କାହାଣୀ ଓକେ ସହିତ ଜଡିତ ବୋଲି କୁହାଯାଏ। ଯାହାର ନାମ ଥିଲା ଓବାଇଡିୟା କେଲି। ପ୍ରତ୍ୟେକ ପାର୍ସଲରେ ଚିହ୍ନ ପାଇଁ ସେ ତାଙ୍କ ନାମର ପ୍ରଥମ ଅକ୍ଷର OK ଲେଖୁଥିଲେ। ଯାହା ଦ୍ଵାରା ଲୋକମାନେ ବୁଝୁଥିଲେ ଯେ, ଠିକ ଅଛି ସବୁକିଛି ଠିକ୍ ଅଛି।

ଓକେ ଲୋହିତ ଭାରତୀୟ ଭାଷାର ଗୋଟିଏ ଶବ୍ଦ ନୁହେଁ ତ!

ଏହା ମଧ୍ୟ କୁହାଯାଏ ଯେ ଏହି ଶବ୍ଦଟି ରେଡ୍ ଇଣ୍ଡିଆନ ଭାଷାର ଶବ୍ଦ। ଏଭଳି କହିବା ପଛରେ ଆଉ ଏକ କାହାଣୀ ମଧ୍ୟ ଅଛି। ଆମେରିକାରେ ରେଡ୍ ଇଣ୍ଡିଆନ ଭାଷାର ଅନେକ ଶବ୍ଦ ବ୍ୟବହୃତ ହୁଏ। ନିଜେ ଆମେରିକା ରାଜ୍ୟର ଅର୍ଦ୍ଧେକ ରାଜ୍ୟର ନାମ ରେଡ୍ ଇଣ୍ଡିଆନ୍ ଅଟେ। ଉଦାହରଣ ସ୍ୱରୂପ – ଓକଲାହାମା, ଡାକୋଟା, ଉଡାହୋ, ୱିସ୍କିନ୍ସନ୍, ଉହୋଇ, ଟେନେସି – ଏଗୁଡ଼ିକ ରେଡ୍ ଇଣ୍ଡିଆନ ନାମ।

OK ଅର୍ଥ ହଁ ଠିକ ଅଛି:-

କୁହାଯାଏ ଯେ ରେଡ୍ ଇଣ୍ଡିଆନ୍ ବଂଶର ମୁଖ୍ୟ ଚାଟକାଭ୍ ଦିନେ ପରିବାରର ସଦସ୍ୟଙ୍କ କଥା ଶୁଣୁଥିଲେ। ସେ ସବୁ କଥାରେ ‘ OK , OK’ କହୁଥିଲେ ଯାହାର ଅର୍ଥ ‘ହଁ ଠିକ ଅଛି’ । ଜଣେ ଆମେରିକୀୟ ପର୍ଯ୍ୟଟକ ଏହି ଘଟଣା ଦେଖିଥିଲେ। ତା’ପରେ ସେ ଏହି ଶବ୍ଦକୁ ତାଙ୍କ ସାଥୀମାନଙ୍କ ମଧ୍ୟରେ ଲୋକପ୍ରିୟ କରାଇଥିଲେ।OK ଏକ ଶବ୍ଦ ଯାହାକୁ ଆମେରିକୀୟମାନେ ଏକ ଶୁଦ୍ଧ ଆମେରିକୀୟ ଶବ୍ଦ ଭାବରେ ବିବେଚନା କରନ୍ତି, କାରଣ ଏହି ଶବ୍ଦ ବ୍ରିଟେନରୁ ଇଂରାଜୀ ଭାଷା ସହିତ ସେଠାରେ ପହଞ୍ଚି ନଥିଲା, ଏହା ଆମେରିକାର ନିଜସ୍ୱ ଉତ୍ପାଦ।ବର୍ତ୍ତମାନ ଏହା ସମସ୍ତଙ୍କ ମୁହଁରେ:ବର୍ତ୍ତମାନ ଏହି ଶବ୍ଦ ଗତ ପାଞ୍ଚରୁ ଛଅ ଦଶନ୍ଧି ଧରି ଦୁନିଆର ପ୍ରତ୍ୟେକ ଭାଷାଭାଷୀ ଲୋକଙ୍କ ମୁହଁ ରେ ରହି ଆସିଛି। ଏହା ହାଲୁକାଫୁଲକା ହୃଦୟ ସ୍ୱର ଭାବରେ କଥିତ ଶବ୍ଦର ମାନ୍ୟତା ପାଇଛି । ବର୍ତ୍ତମାନ ଏହାକୁ ଶ୍ରମିକ ଠାରୁ ଛାତ୍ର ପର୍ଯ୍ୟନ୍ତ ଏବଂ ବସ୍ ଠାରୁ ଅଧସ୍ତନ କର୍ମଚାରୀ ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି। ଏହି ଶବ୍ଦ ବଜାର କଥାବାର୍ତ୍ତା ଠାରୁ ଗମ୍ଭୀର ଲେଖାରେ ଆସିବାର ସ୍ଥିତି ପାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: