ଜୀବନକୁ ବିପଦ ନେଇ ପୁଟିନଙ୍କ ଚିନ୍ତା

ଜୀବନକୁ ବିପଦ ନେଇ ପୁଟିନଙ୍କ ଚିନ୍ତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷ ରାଷ୍ଟ୍ରପତି ସବୁଠାରେ ବିରୋଧର ସମ୍ମୁଖୀନ ହେଉଛନ୍ତି । ଏପରିକି ଦେଶ ରୁଷରେ ଜନତା ମଧ୍ୟ ଏହି ଯୁଦ୍ଧ ସପକ୍ଷରେ ନାହାନ୍ତି । ଇତି ମଧ୍ୟରେ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ଅଷ୍ଟ୍ରେଲୀୟ ବିଶେଷଜ୍ଞ ଲିଓନେଦ ପେତ୍ରୋଭା । ସେ କହିଛନ୍ତି ରୁଷଙ୍କୁ ତାଙ୍କ ପରିବାର ସଦସ୍ୟ ମଧ୍ୟରୁ କିଏ ଜଣେ ହତ୍ୟା କରିବେ । ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ପୁତିନଙ୍କ ଜୀବନ ପ୍ରତି ବିପଦ ରହିଛି । ପରିବାର ସଦସ୍ୟ କିମ୍ବା ତାଙ୍କର ଅତି ନିକଟତମ ବ୍ୟକ୍ତି ପୁତିନଙ୍କୁ ହତ୍ୟା କରିବେ । ଖାଦ୍ୟରେ ବିଷ ମିଶାଇ ସେମାନେ ସହଜ ଭାବେ ଏହି କାର୍ଯ୍ୟ କରିବାକୁ ଚାହିଁବେ ବୋଲି ପେତ୍ରୋଭା କହିଛନ୍ତି ।୬୯ ବର୍ଷୀୟ ପୁତିନ ୨ଟି ବିବାହ କରିଛନ୍ତି । ୧୯୮୩ରେ ଲ୍ୟୁଡମିଲାଙ୍କୁ ସେ ପ୍ରଥମେ ବିବାହ କରିଥିଲେ ଏବଂ ତାଙ୍କର ୨ଟି ଝିଅ ମଧ୍ୟ ଅଛି । ସେମାନଙ୍କ ନାମ ହେଲା ମାରିୟା ଫୋସେନ ଓ କତରେନା ତିଖୋନୋଭା । ୨୦୧୩ରେ ଲ୍ୟୁଡମିଲାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା । ୧୮ ବର୍ଷୀୟା ଲୁଇଜା ରୋଜେଭଙ୍କୁ ପୁତିନଙ୍କ ଝିଅ ବୋଲି କୁହାଯାଉଥିଲେ ମଧ୍ୟ ସେ ଏହାକୁ କେବେ ସ୍ୱୀକାର କରି ନାହାନ୍ତି । ଗୋଇନ୍ଦା ରିପୋର୍ଟ ପାଇବା ପରେ ପୁତିନଙ୍କ ମନରେ ଭୟ ଘାରିଛି । ସେ ଅଳ୍ପ ଦିନ ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ପର୍ସନାଲ ଷ୍ଟାଫଙ୍କୁ ହଟାଇ ସାରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: