ପଦ ଛାଡ଼ିବେ କି ପାକିସ୍ତାନ ପ୍ରଧାନମନ୍ତ୍ରୀ…

ପଦ ଛାଡ଼ିବେ କି ପାକିସ୍ତାନ ପ୍ରଧାନମନ୍ତ୍ରୀ…

ପ୍ରିଜମ ନ୍ୟୁଜ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପଦ ଛାଡିବା ନେଇ ଆଲୋଚନା ଜୋର ଧରିଛି । ରବିବାର ଇସଲାମବାଦରେ ତହରିକ ଇ ଇନ୍ସାଫ ପାର୍ଟିର ଏକ ବଡ ଧରଣର ରାଲୀ ହେବାକୁ ଅଛି । ଏଥିରେ ଇମ୍ରାନ ଶକ୍ତି ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି । ତେବେ କେତେକ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇମ୍ରାନ ଅବିଶ୍ୱାସ ପ୍ରସ୍ତାବ ପୂର୍ବରୁ ତାଙ୍କ ପଦରୁ ଇସ୍ତଫା ଦେଇ ପାରନ୍ତି ।ଶନିବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ୟୁଟ୍ୟୁବ ଚ୍ୟାନେଲର ନାମ ବଦଳାଇ ଦିଆଯାଇଛି । ଅବିଶ୍ୱାସ ପ୍ରସ୍ତାବ ହର୍ଡଲ୍ସ ପାର କରିବା ପାଇଁ ଇମ୍ରାନଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ରହୁ ନ ଥିବା ସେ ଜାଣି ସାରିଛନ୍ତି । କେବେ ବି ସରକାର ଭାଙ୍ଗି ଯାଇପାରେ । ଏହାକୁ ଦୃଷ୍ଟିରେ ରଖି ଇମ୍ରାନ ଉପରୋକ୍ତ ପଦକ୍ଷେପ ଗ୍ରହଣ କରି ନିଜ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ରହିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: