RRR Movie Review: 5 ଷ୍ଟାରରୁ 4 ଷ୍ଟାର ଦେଲେ ତରନ୍ ଆଦର୍ଶ

RRR Movie Review: 5 ଷ୍ଟାରରୁ 4 ଷ୍ଟାର ଦେଲେ ତରନ୍ ଆଦର୍ଶ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଦର୍ଶକ, କ୍ରିଟିକ୍ ଆଉ କଳାକାର । ସଭିଙ୍କ ମୁହଁରେ ଏବେ ଗୋଟିଏ ଶବ୍ଦ ଆର୍ ଆର୍ ଏବଂ ଆର୍ । ପ୍ରସିଦ୍ଧ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଏସ୍ ଏସ ରାଜାମୌଲିଙ୍କ ଫିଲ୍ମ ରାଇଜ-ରୋର-ରିଭୋଲ୍ଟ RRR ର  ବକ୍ସ ଅଫିସ୍ କଲେକ୍ସନକୁ ନେଇ ଏବେ ସବୁଠି ଚର୍ଚ୍ଚା । କହିବାକୁ ଗଲେ ଭାରତୀୟ ସିନେମା ପାଇଁ ଏହି ଫିଲ୍ମ ଆଣି ଦେଇଛି ଅଛେ ଦିନ୍। ଦର୍ଶକ ମନୋରଞ୍ଜନ ପାଉଛନ୍ତି ପ୍ରଡ୍ୟୁସର ଟଙ୍କା ଫେରି ପାଉଛନ୍ତି ଏବଂ କଳାକାରଙ୍କ ମାର୍କେଟ ଭାଲ୍ୟୁ ବି ବି ଦୁଇଗୁଣା ହେଉଛି ।  

RRRର ପ୍ରଥମ ଦିନର ପ୍ରଥମ ସୋ’ ଦେଖିବା ପରେ ପ୍ରଶଂସକ ଫିଲ୍ମକୁ ପ୍ରଶଂସା କରୁଛନ୍ତି। ସବୁ ଆଡେ ଫିଲ୍ମ ଏବଂ ଏହାର ଷ୍ଟାରକାଷ୍ଟକୁ ଖୁବ୍ ପ୍ରଶଂସା କରାଯାଉଛି।ଇଣ୍ଡିଆରେ ପ୍ରଥମ ଦିନ ଏହା ୧୮ କୋଟି ଟଙ୍କାର ରୋଜଗାର କରିସାରିଛି।

ପ୍ରଥମ ଦିନରୁ ହିଁ ସିନେମାଘରେ ଯେମିତି ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି, ସେଥିରୁ ସ୍ପଷ୍ଟ ଯେ ଫିଲ୍ମ ବଡ କଲେକ୍ସନ କରିବାକୁ ଯାଉଛି। କେବଳ ଏତିକି ନୁହେଁ ଆମେରିକାରେ ପ୍ରିମିୟର ସୋ’ ରେ ଏ ପର୍ଯ୍ୟନ୍ତ ଫିଲ୍ମଟି ୨୨ କୋଟି ଆୟ କରି ସାରିଛି। ଏଥିସହ ଏମିତି ସଫଳତା ହାସଲ କରିବାରେ RRR ପ୍ରଥମ ଭାରତୀୟ ଫିଲ୍ମ ହୋଇ ପାରିଛି।

ସେପଟେ ନିଜର ହାଇ ବଜେଟର ଫିଲ୍ମ RRR ପାଇଁ ସେ ଏବେ ଆଉ ଥରେ ବି-ଟାଉନର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ବାହୁବଳି, ମାଗାଧିରା ଭଳି ରେକର୍ଡ ପରେ ରକର୍ଡ କରି ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ଫିଲ୍ମ ତୁଳନାରେ  RRR ଆଉ ପାଦେ ଆଗେଇ ଯାଇ ପ୍ରଥମ ଦିନର ବକ୍ସ ଅଫିସ୍ କଲେକ୍ସନରେ ନୂଆ ରେକର୍ଡ କରିଛି । ରିଲିଜ୍ ର ପ୍ରଥମ ଦିନରେ ଏହି ଫିଲ୍ମ 223 କୋଟି ଟଙ୍କାର  ବ୍ୟବସାୟ କରିଛି । ବାହୁବଳି -2 ଫିଲ୍ମ ପ୍ରଥମ ଦିନର ସୋରେ 217 କୋଟି ଟଙ୍କା କଲେକ୍ସ କରିଥିଲା ।   

0 Comments

Leave Your Comment

Your email address will not be published. Required fields are marked *

%d bloggers like this: