ଉତ୍ତରାଖଣ୍ଡରୁ ନିର୍ବାଚନ ହାରିଲେ ବିଜେପିର ଏହି ପରିଚିତ ଚେହେରା

ଉତ୍ତରାଖଣ୍ଡରୁ ନିର୍ବାଚନ ହାରିଲେ ବିଜେପିର ଏହି ପରିଚିତ ଚେହେରା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଉତ୍ତରାଖଣ୍ଡରେ ବିଜେପିକୁ ଏକ ବଡ଼ ଝଟକା। ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସତ୍ତ୍ବେ ପରିଚିତ ଚେହେରା ହାରିଯିବା ଏକ ଆଶଙ୍କା ଭିତରକୁ ଟାଣି ଆଣିଛି ବିଜେପିକୁ। ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୭ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି । ଏହି ଆସନରୁ ଧାମି ୨୦୧୨ ଓ ୨୦୧୭ ନିର୍ବାଚନରେ ବିଜୟୀ ହୋଇଥିଲେ । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ମଧ୍ୟ ହାରିଯାଇଛନ୍ତି । ସେ ଲାଲକୁଆଁ ଆସନରୁ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କଠାରୁ ୧୪ ହଜାର ଭୋଟରେ ପରାସ୍ତ ହୋଇଛନ୍ତି।୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ଏବେ ବିଜେପି ୪୮ଟି ଆସନରେ ବିଜୟୀ ହୋଇଛି କିମ୍ବା ଆଗୁଆ ରହିଛି । କଂଗ୍ରେସ ୧୮ଟି ଆସନରେ ବିଜୟୀ ହୋଇଛି କିମ୍ବା ଆଗୁଆ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: