ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ହରାଇଲେ ମୋବାଇଲ ସଜାଡୁଥିବା ବ୍ୟକ୍ତି

ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ହରାଇଲେ ମୋବାଇଲ ସଜାଡୁଥିବା ବ୍ୟକ୍ତି

ପ୍ରିଜମ ନ୍ୟୁଜ ବ୍ୟୁରୋ: କଂଗ୍ରେସ ନେତା ଚରଣ ସିଂଙ୍କ ପାଇଁ ଦେଖା ଦେଇଛି ସଙ୍କଟ। ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ଆମ୍ ଆଦମୀ ପାର୍ଟି (‘ଆପ୍‌’) ସପକ୍ଷରେ ଯାଉଥିବା ‌ବେଳେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନ୍ନି ନିର୍ବାଚନ ଲଢ଼ୁଥିବା ଉଭୟ ବିଧାନସଭା ଆସନରେ ପରାଜିତ ହୋଇଛନ୍ତି। ଚମକୌର ଏବଂ ଭଦୌରରୁ ଚନ୍ନି ହାରିଥିବା ବେଳେ ତାଙ୍କୁ ଭଦୌରରୁ ଜଣେ ମୋବାଇଲ କାରିଗର ହରାଇଥିବା କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ପଞ୍ଜାବରେ ‘ଆପ୍’ର ‘ଝାଡ଼ୁ’ ଝଡ଼ ସୃଷ୍ଟି କରିବା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ଜଣେ ମୋବାଇଲ ସଜାଡୁଥିବା ବ୍ୟକ୍ତି ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ୨୦ ହଜାର ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି ଭଦୌର ବିଧାନସଭା ଆସନର ଆପ୍ ପ୍ରାର୍ଥୀ ଲାଭ ସିଂ ଉଗାକେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: