ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲା: ୫ ହଜାର ପୃଷ୍ଠା ଚାର୍ଜସିଟରେ ୨୦ ଜଣଙ୍କ ନାଁ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲା: ୫ ହଜାର ପୃଷ୍ଠା ଚାର୍ଜସିଟରେ ୨୦ ଜଣଙ୍କ ନାଁ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ପ୍ରଥମ ଚାର୍ଜସିଟ ଦାଖଲ କରିଛି ଏନଆଇଏ। ପାଞ୍ଚ ହଜାର ପୃଷ୍ଠାର ଚାର୍ଜସିଟରେ ୨୦ ଆତଙ୍କବାଦୀଙ୍କ ବିରୋଧରେ ଅଭିଯୋଗ ତାଲିକା ପ୍ରସ୍ତୁତ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି। ଏଥିରେ ଜୈଶ-ଇ-ମହମ୍ମଦ ମୁଖ୍ୟ ମସୁଦ ଅଜହରର ନାଁ ମଧ୍ୟ ସାମିଲ ରହିଛି। ଚାର୍ଜସିଟରେ ଆତଙ୍କବାଦୀଙ୍କ ମଧ୍ୟରେ ବିସ୍ଫୋରଣ ଯୋଜନାର ଅଡିଓ ରେକର୍ଡ, ହ୍ୱାଟ୍ସ ଆପ ଚାର୍ଟ, ପାକିସ୍ତାନରୁ ଗୁପ୍ତ ଭାବରେ ଆରଡିଏକ୍ସ ଅଣାଯାଇଥିବା ପୂରା ଯୋଜନାର ରିପୋର୍ଟ ରହିଛି। ମଙ୍ଗଳବାର ପ୍ରଥମ ଚାର୍ଜସିଟ ଜମ୍ମୁ କୋର୍ଟରେ ଦାଖଲ କରିଛି ଏନଆଇଏ।
୨୦୧୯ ମସିହା ଫେବ୍ରୁଆରୀ ୧୪ରେ ଆତଙ୍କବାଦୀମାନେ ଜମ୍ମୁ କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଟିମ୍ ଉପରେ ଆକ୍ରମଣ କରିଥିଲେ। ବିସ୍ଫୋରଣରେ ୪୦ ଯବାନ ସହିଦ ହେବା ସହ ୩୫ ଯବାନ ଗୁରୁତର ହୋଇଥିଲେ। ଚାର୍ଜସିଟରେ ଉଲ୍ଲେଖ ରହିଥିବା ରିପୋର୍ଟ ଅନୁସାରେ ପାକିସ୍ତାନରୁ RDXକୁ କିପରି ଇଣ୍ଟରନ୍ୟାସନାଲ ସୀମା ପାର କରାଯାଇଥିଲା ତା’ର ପୂର୍ଣ୍ଣାଙ୍କ ତଥ୍ୟ ରହିଛି। ବିସ୍ଫୋରଣ ପଛରେ ପାକିସ୍ତାନୀ ଆତଙ୍କବାଦୀଙ୍କ ହାତ ଥିବା ପ୍ରମାଣ ମଧ୍ୟ ରହିଛି। ମାମଲାରେ NIA ଶାକୀର ବଶୀର ମାଜୀର, ତାରିକ ଅହମ୍ମଦ ଶାହ, ଇନସା ଝା, ବୈଜ ଉଲ ଇସଲାମ, ମହମ୍ମଦ ଆବ୍ବାସ ରାଥୋଡ, ବିଲାଲ ଅହମ୍ମଦ କୁଚ୍ଚେକୁ ଗିରଫ କରିଛି।


ଏବେ ବିସ୍ଫୋରଣ ମାମଲାରେ NIA ଅଭିଯୁକ୍ତ ବିଲାଲ ଅହମ୍ମଦ କୁଚ୍ଚେକୁ ଗିରଫ କରିଛି। ଗିରଫ ପରେ କୁଚ୍ଚେକୁ ଜମ୍ମୁର ସ୍ପେଶାଲ NIA କୋର୍ଟରେ ହାଜର କରାଯାଇଥିଲା। ପରେ କୋର୍ଟ ସନ୍ଦିଗ୍ଧ ଆତଙ୍କବାଦୀକୁ ୧୦ ଦିନ ପାଇଁ NIA ରିମାଣ୍ଡରେ ପଠାଇ ଦେଇଛନ୍ତି। ବର୍ତ୍ତମାନ ସୁ୍ଦ୍ଧା ପୁଲୱାମା ବିସ୍ଫୋରଣ ମାମଲାରେ ମୋଟ ୭ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜାତୀୟ ତଦନ୍ତକାରୀ ଏଜେନ୍ସି। ଅଭିଯୁକ୍ତ ବିଲାଲ ପୁଲୱାମାରେ ଆତଙ୍କବାଦୀ ସଂଗଠନ ଗଠନ କରିବା ସହ ସ୍ଥାନୀୟ ଯୁବକଙ୍କୁ ଉଗ୍ରବାଦୀ କାର୍ଯ୍ୟରେ ନିୟୋଜିତ କରୁଥିଲା। ବିଲାଲର ମୋବାଇଲରେ ବିସ୍ଫୋରଣ ସମୟର ଭିଡିଓ ରେକର୍ଡ କରାଯିବା ସହ ଆତଙ୍କବାଦୀ ଅଦିଲ ଅହମ୍ମଦ ଡାରର ଭିଡିଓ ବନାଇ ଭାଇରାଲ କରାଯାଇଥିବା ଜଣାପଡ଼ିଛି। ଗତ ଜୁଲାଇ ୨ରେ ମହମ୍ମଦ ଇକବାଲ ରାଥୋଡ ସହ ତାରିକ ଅହମ୍ମଦ ସାହ, ଇନସା ଜା ଓ ତାଙ୍କର ବାପା, ଝିଅଙ୍କୁ ଏନଆଇଏ ଗିରଫ କରିଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: