ପିଲାଙ୍କ ପାଇଁ ଭାରତର ପ୍ରଥମ ଭର୍ଚୁଆଲ କ୍ରୀଡ଼ା ମହୋତ୍ସବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ମହାମାରୀ ଯୋଗୁ ସାରା ସଂସାର ପ୍ରଭାବିତ ହୋଇଛି। ସଂକ୍ରମଣ ଦୃଷ୍ଟିରୁ ସଭା ସମିତି ଠାରୁ ଆରମ୍ଭ କରି ପାଠପଢ଼ା ପର୍ଯ୍ୟନ୍ତ ସବୁକିଛି ଅନଲାଇନ୍ ଓ ଭର୍ଚୁଆଲୀ କରାଯାଉଛି। ଏବେ ଭର୍ଚୁଆଲ କ୍ରୀଡ଼ା ମହୋତ୍ସବର ଆୟୋଜନ କରିବାକୁ ମନସ୍ଥ କରିଛନ୍ତି ବିଶ୍ୱର କେତେକ ବଡ଼ବଡ଼ କ୍ରୀଡ଼ା ସଂଗଠନ। ଆସନ୍ତା ସେପ୍ଟେମ୍ୱର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ। ଫୁଟବଲ, ବାସ୍କେଟ ବଲ, ବେସ୍ ବଲ ଓ ବ୍ୟାଡମିଣ୍ଟନ ଭଳି ଖେଳର କଥୋପକଥନ ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ୫ରୁ ୧୮ ବର୍ଷର ପିଲାମାନେ ଯୋଗ ଦେଇପାରିବେ। ସେହିପରି ଏହି ମହୋତ୍ସବରେ ଖେଳ ପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ, ଖେଳ ଉପରେ ଫୋକସ୍, ଆହତ ଠାରୁ ବର୍ତ୍ତିବା, ଦକ୍ଷତା ବିକାଶ, ଖେଳିବା ସମୟରେ ଖେଳକୁ କେମିତି ଉପଭୋଗ କରାଯିବ, ସେ ସମସ୍ତ ବିଷୟରେ ତାଲିମ ଦିଆଯିବ।


ତେବେ ଏହି ଖେଳର ଆୟୋଜକ ମଧ୍ୟରେ ଲାଲିଗା ଫୁଟବଲ ସ୍କୁଲ, ଏନବିଏ ବାସ୍କେଟବଲ ସ୍କୁଲ, ପ୍ରକାଶ ପାଦୁକୋନ ବ୍ୟାଡମିଣ୍ଟନ ସ୍କୁଲ ଏବଂ ମେଜର ଲିଗ୍ ବେସବଲ୍ ରହିଛନ୍ତି। ମହୋତ୍ସବ ଶେଷରେ ଆୱାର୍ଡ ସେସନ୍ ମଧ୍ୟ ରହିଛି।
ଏନବିଏ ବାସ୍କେଟ ବଲ ସ୍କୁଲର ଅନଲାଇନ୍ ସେସନର ସଫଳତା ପରେ ଏହାକୁ ଆଗେଇ ନେବାକୁ ଭାରତର ସହଯୋଗ ଲୋଡ଼ିଛୁ ବୋଲି ଏନବିଏ ଇଣ୍ଡିଆ, ବାସ୍କେଟବଲ ଅପରେସନ ଟିମ୍ ଲିଡର ମାର୍କ ପୁଲ୍ସ କହିଛନ୍ତି। ସେହିପରି କୋରୋନା ପାଇଁ ପିଲାମାନେ ଘରେ ବସି ଶାରୀରିକ ପରିଶ୍ରମ କରୁନାହାନ୍ତି। ତେଣୁ, ଏହି ମହୋତ୍ସବ ସେମାନଙ୍କୁ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *