ଜନମତ: ୟୁକ୍ରେନ ଫେରନ୍ତା ଛାତ୍ର କ’ଣ ଜ୍ୱାଇଁ ପୁଅ?

ଜନମତ: ୟୁକ୍ରେନ ଫେରନ୍ତା ଛାତ୍ର କ’ଣ ଜ୍ୱାଇଁ ପୁଅ?

ପ୍ରିଜମ ନ୍ୟୁଜ ବ୍ୟୁରୋ: ୟୁକ୍ରେନରୁ ଫେରି ସପ୍ତାହଟେ ବି ହେଇନି, ସେମାନଙ୍କ ଶିକ୍ଷା ସମାପନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେଣି।

କାହିଁକି ?

ସେମାନେ କ’ଣ ଜ୍ବାଇଁ ପୁଅ ?

ଏମିତି ଢଙ୍ଗରେ ପ୍ରଶ୍ନ କରିଛନ୍ତି ଜଣେ ସଚେତନ ଡାକ୍ତର।

ତାଙ୍କର ମତ ହେଲା, ପଇସା ଦେଇ ମେଡିକାଲ ପଢିବା ପାଇଁ ଯାଇଥିଲେ । ଅସୁବିଧା ହେଲା ବୋଲି ଘରକୁ ଆସିଛନ୍ତି । ଦିନ କେଇଟାରେ ପୁଣି ସବୁ ସାମାନ୍ୟ ହେଇଗଲେ ପୁଣି ସେମାନେ ଫେରିଯିବେ । ଯୋଉଠି ପଢୁଥିଲେ ସେଇଠି ପଢ଼ିବେ ।

ଏଠି ସିଟ ପାଇଲେ ନାହିଁ ବୋଲି ତ ଯାଇଥିଲେ, ଏବେ କୋଉଠୁ ସିଟ ଆଣି ଦେବ? ଯଦି ଅଧିକ ସିଟ ଅଛି, ତାହେଲେ ଆମ ପିଲା ମାନଙ୍କୁ ଦିଅ, ଯେଉଁମାନେ ଅଧିକ ମାର୍କ ରଖିଥିବା ସତ୍ତ୍ବେ ତମର ସଂରକ୍ଷଣ ଆଇନ ପାଇଁ ସିଟ ଖଣ୍ଡେ ପାଇନାହାନ୍ତି ।

ସେଇଠି ଯୁଦ୍ଧ ହେଲା ଯେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ । କେମିତି ସରକାର ବ୍ୟବସ୍ଥା କରି ବଞ୍ଚେଇ ଆଣିଲେ । ଆଉ ଏଠି ଆସୁ ଆସୁ ସବୁ ଗେରୁମୁଣ୍ଡି ସାଆନ୍ତ ହେଇଗଲେ । ୟଙ୍କୁ କାଳେ ରାଜକୀୟ ସୁବିଧା ସବୁ ଦରକାର ।

ସରକାର ବି ନିର୍ଲଜଙ୍କ ଭଳି ଯୋଗ୍ୟ ପିଲାଙ୍କୁ ଆଡେଇ ଦେଇ ଏମାନଙ୍କ ପାଇଁ ଓକିଲାତି କରିବାକୁ ବାହାରି ପଡିଲେ ।

ଏହିଭଳି ସୁବିଧା ପାଇଁ ପ୍ରକୃତରେ ଯୋଗ୍ୟ ପିଲାମାନେ ଅଧିକ ମାର୍କ ରଖିଥିବା ସତ୍ତ୍ବେ ସରକାରୀ ନିୟମରେ ବଳି ପଡିଛନ୍ତି । ଜୀବନର ଅନେକ ବର୍ଷ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଚେଷ୍ଟା କରିବା ସତ୍ତ୍ବେ ନିରାଶ ହୋଇଛନ୍ତି, କାଇଁ ସେମାନଙ୍କ ପାଇଁ ଅଧିକ ସିଟ ବ୍ୟବସ୍ଥା କରିବାକୁ ତ କେବେ ଚିଠି ଲେଖିନଥିଲ ।

ଏହାକୁ ସମସ୍ତେ ଅଗ୍ରାହ୍ୟ କରି ବିରୋଧ କରିବା ଉଚିତ । ଏହା ଆମ ପିଲାମାନଙ୍କ ପ୍ରତି ଅନ୍ୟାୟ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: