ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସାଙ୍କେଲିନ ନିର୍ବାଚନ ମଣ୍ଡଳୀରୁ ବିଜୟୀ

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସାଙ୍କେଲିନ ନିର୍ବାଚନ ମଣ୍ଡଳୀରୁ ବିଜୟୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗୋଆ ସାଙ୍କେଲିମ୍ ରେ ବାଜିମାତ କରିଛି ବିଜେପି। ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ତାଙ୍କ ସାଙ୍କେଲିମ୍ ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠରୁ ମାତ୍ର ୧ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ଏଯାଏ ବିଜେପି ୧୫ଟି ଆସନରେ ଜୟଯୁକ୍ତ ହୋଇସାରିଥିବା ବେଳେ ତିନି ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି। ଏବେ ବିଜେପିର ୪ଜଣ ପ୍ରାର୍ଥୀ ଆଗୁଆ ଥିବା ହେତୁ ଗୋଆରେ ବିଜେପି ପୁଣି ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି। ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: