ଅଖିଳେଶଙ୍କ ଆଶାକୁ ଧୂଳିସାତ୍ କରି ବାଜିମାତ କଲେ ଯୋଗୀ

ଅଖିଳେଶଙ୍କ ଆଶାକୁ ଧୂଳିସାତ୍ କରି ବାଜିମାତ କଲେ ଯୋଗୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଉତ୍ତରପ୍ରଦେଶକୁ ନେଇ ଥିଲା ସମସ୍ତଙ୍କ ନଜର। ଯୋଗୀ ଆଦିତ୍ଯନାଥ ଓ ଅଖିଳେଶଙ୍କୁ ନେଇ ଦ୍ବନ୍ଦରେ ଥିଲେ ସମସ୍ତେ। ତେବେ ଅଖିଲେଶଙ୍କୁ ନେଇ ଅନେକ ଆଶାବାଦୀ ଥିଲେ ବି ମିଳିଛି ଓଲଟା ଫଳାଫଳ। ଉତ୍ତରପ୍ରଦେଶରେ ୩୭ ବର୍ଷ ପରେ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ ପୂର୍ବେ କୌଣସି ରାଜନୈତିକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲେ ।୧୯୮୦ ଓ ୧୯୮୫ରେ ଏପରି ହୋଇଥିଲା ଯେତେବେଳେ କୌଣସି ସରକାର ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିଥିଲେ । ୧୯୮୦ରେ କଂଗ୍ରେସ ୩୦୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିବାବେଳେ ୧୯୮୫ରେ ୨୬୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: