ସରକାରୀ କ୍ୱାର୍ଟରୁ ପ୍ରଫେସରଙ୍କ ମୃତ ଦେହ ଉଦ୍ଧାର

ସରକାରୀ କ୍ୱାର୍ଟରୁ ପ୍ରଫେସରଙ୍କ ମୃତ ଦେହ ଉଦ୍ଧାର

ପ୍ରିଜିମ ନ୍ୟୁଜ ବ୍ୟୁରୋ: ଓୟୁଏଟିରେ କାର୍ଯ୍ୟରତ୍ତ ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଓୟୁଏଟିର ଭେଟନାରି ଗାୟେନେକୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତି ଜେନା(୩୭)। କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ମୃତଦେହକୁ ଖଣ୍ଡଗିରି ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୧୮/୨୦୨୨) ରୁଜୁ କରି ତଦନ୍ତ ଜାରି ରଖିଛି। ବାସନ୍ତିଙ୍କ ସ୍ବାମୀ ଦେବୀପ୍ରସାଦ ଦାଶ ମଧ୍ୟ ଓୟୁଏଟିିର ଭେଟନାରି ପାଥୋଲୋଜି ବିଭାଗରେ ପ୍ରଫେସର ଅଛନ୍ତି। ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରଥାଇ ପାରନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ବାସନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ୧୦୦କୁ କଲ୍‌ କରିଥିବା ଜଣାପଡ଼ିଛି। ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ସ୍ବାମୀ ଓ ପରିବାର ଲୋକଙ୍କୁ ପଚରାଉଚରା କରି ଅଧିକ ତଦନ୍ତ କରୁଛି। ଏନେଇ ବାସନ୍ତୀଙ୍କ ସ୍ବାମୀ ଦେବୀ ଗଣମାଧ୍ୟମକୁ କହିଛନ୍ତି, ପୁଅର ମାନସିକ ସ୍ଥିତି ଠିକ ନ ଥିବାରୁ ସେ ସବୁବେଳେ ମନଦୁଃଖରେ ରହୁଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: