ଆଜି ରାଜ୍ୟରେ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ

ଆଜି ରାଜ୍ୟରେ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ

ପ୍ରିଜିମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ପୁଣି ୨୦ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮,୮୩୮କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ଯାଜପୁର ଜିଲାରୁ ସର୍ବାଧିକ ୪ ଜଣ ମୃତକ ରହିଛନ୍ତି। ଯାଜପୁରର ଏକ ଛଅ ମାସର ଶିଶୁପୁତ୍ର ମୃତ୍ୟୁ ଘଟିଛି। ସେ ଅନ୍ୟ କୌଣସି ରୋଗରେ ପିଡ଼ୀତ ନ ଥିଲେ। ଅପରପକ୍ଷରେ ବାଲେଶ୍ବର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲାରୁ ୩ ଜଣ ଲେଖାଏ ଥିବା ବେଳେ ମୟୂରଭଞ୍ଜର ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଭଦ୍ରକ, କଟକ, ଜଗତସିଂହପୁର, ନବରଙ୍ଗପୁର ଓ କେନ୍ଦୁଝର ଜିଲାର ଜଣେ ଲେଖାଏ ସଂକ୍ରମିତଙ୍କ ପ୍ରାଣ ଘଟିଛି। ସେପଟେ ରାଜ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬୫୪ ଜଣ ରହିଛନ୍ତି। ଏଥିମଧ୍ୟରୁ ୩୦୯ ଜଣ ୧୮ ବର୍ଷରୁ କମ୍‌ ବୟସ୍କ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୨, ୭୪, ୫୭୫ରେ ପହଞ୍ଚିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: