ଆରପାରିରେ ରବିନା ଟଣ୍ଡନଙ୍କ ବାପା

ଆରପାରିରେ ରବିନା ଟଣ୍ଡନଙ୍କ ବାପା

ପ୍ରିଜମ ନ୍ୟୁଜ ବ୍ୟୁରୋ : ଚଳଚ୍ଚିତ୍ର ନିର୍ମାତା ଓ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ରବି ଟଣ୍ଡନଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ସେ ଫୁସ୍‌ଫୁସ୍‌ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ୮୭ ବର୍ଷରେ ତାଙ୍କର ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ରବିନା ଟଣ୍ଡନ୍‌ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ୧୯୬୦ ମସିହାରେ ରବି ଟଣ୍ଡନ୍‌ ସିନେମା ‘ଲବ ଇନ୍‌ ଶିମଲା’ରେ ଅଭିନେତା ଭାବେ ଡେବ୍ୟୁ କରିଥିଲେ। ଏଥିସହ ସେ ମୁଭିରେ ସହକାରୀ ନିର୍ଦ୍ଦେଶକ ଭୂମିକାରେ ମଧ୍ୟ କାମ କରିଥିଲେ। ୧୯୭୩ରେ ‘ଅନହୋନି’ ସିନେମାର ଲେଖକ, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାର ସମ୍ଭାଳିଥିଲେ। ରବିନା ପିତାଙ୍କ ମୃତ୍ୟୁ ଖବର ଶେୟାର କରି ଲେଖିଛନ୍ତି, ‘ତମେ ସବୁବେଳେ ମୋ ସହ ରହିବ, ମୁଁ ସର୍ବଦା ତୁମ ସହ ରହିବି, ଲଭ ୟୁ ପାପା।’ ରବିନାଙ୍କ ଟୁଇଟ୍‌ରେ ଅନେକ ସେଲବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: