ଉତ୍ତର ଇଜିପ୍ଟ ଉପକୂଳରେ ଅଘଟଣ: ନାବାଳକ ସମେତ ୧୧ଜଣ ସମୁଦ୍ରରେ ବୁଡ଼ିଗଲେ; ୯ ଜଣଙ୍କ ମୃତଦେହ ଉଦ୍ଧାର

ଉତ୍ତର ଇଜିପ୍ଟ ଉପକୂଳରେ ଅଘଟଣ: ନାବାଳକ ସମେତ ୧୧ଜଣ ସମୁଦ୍ରରେ ବୁଡ଼ିଗଲେ; ୯ ଜଣଙ୍କ ମୃତଦେହ ଉଦ୍ଧାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସମୁଦ୍ରରେ ବୁଡ଼ିଗଲେ ଜଣେ ନାବାଳକଙ୍କ ସମେତ ୧୧ ଜଣ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଉଥିବା ବେଳେ ଅଚାନାକ ବଡ଼ ଜୁଆର ଆସିବାରୁ ନାବାଳକ ଜଣଙ୍କ ସମୁଦ୍ରରେ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ପର୍ଯ୍ୟଟକଙ୍କ ଏକ ଟିମ୍ ରୁ ଜଣେ ସଦସ୍ୟ ଉଦ୍ଧାର କରିବାକୁ ସମୁଦ୍ରରେ ଲମ୍ଫ ଦେଇଥିଲେ । ଦୁର୍ଭାଗ୍ୟ ବଶତଃ ସଂପୃକ୍ତ ବ୍ୟକ୍ତି ମଧ୍ୟ ନିଜ ସମୁଦ୍ରରେ ବୁଡ଼ି ଯାଇଥିଲେ । ପରେ ସଂପୃକ୍ତ ପର୍ଯ୍ୟଟକଙ୍କ ଟିମ୍ ର ୯ ଜଣ ଜଣଙ୍କ ପରେ ଜଣେ ଉଦ୍ଧାର କରିବାକୁ ଯାଇ ସଲିଲ ସମାଧି ନେଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ଇଜିପ୍ଟର ସମୁଦ୍ର ବେଳାଭୂମୀରେ । ଯାହାକୁ ନେଇ ଏବେ ସାରା ଦେଶ ସ୍ତବ୍ଧ ହୋଇଯାଇଛି ।

କରୋନା ମହାମାରୀ ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବା ପାଇଁ କିଛି ପର୍ଯ୍ୟଟକ ଆଲେକ୍ସ ଜାଣ୍ଡାରିଆର ଭୂମଧ୍ୟସାଗରୀୟ ଏହି ସମୁଦ୍ର କୂଳକୁ ଆସିଥିଲେ ଯେଉଁଠି ଏହି ଅଘଟଣ ଘଟିଯାଇଛି ।ସ୍ଥାନୀୟ କର୍ତ୍ତୃପକ୍ଷ ଶୁକ୍ରବାର କହିଛନ୍ତି ଯେ, ଏହି ସମୁଦ୍ର ଉପକୁଳ ପଥର ଜେଟୀ ଏବଂ ଦ୍ରୁତ ଗତିଶୀଳ ଜଳ ପାଇଁ ଜଣାଶୁଣା ।

ତେବେ ଏହି ଖବର ଜଣାପଡ଼ିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ସମୁଦ୍ର ଉପକୁଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ଶୁକ୍ରବାର ବିଳମ୍ବିତ ରାତି ଯାଏ ଖୋଜାଖୋଜି କରିଥିଲେ ଉଦ୍ଧାରକାରୀ ଦଳ।  ହେଲେ ସେମାନଙ୍କୁ ୯ ଜଣଙ୍କ ମଧ୍ୟରୁ କେବଳ 6ଜଣଙ୍କ ମୃତଦେହ ହିଁ ମିଳିଛି ।

ଆଲେକ୍ସଜାଣ୍ଡାରିଆର ଜଳ ଗ୍ରୀଷ୍ମ ପ୍ରବାହରେ ଲୋକପ୍ରିୟ, କିନ୍ତୁ ବର୍ତ୍ତମାନ ବେଳାଭୂମି ବନ୍ଦ ରହିଛି ଏବଂ କରୋନା ଭାଇରସ୍ ମହାମାରୀ ହେତୁ ଲାଇଫଗାର୍ଡ ଡ୍ୟୁଟିରୁ ଦୂରେଇ ରହିଛନ୍ତି। ସୂଚନା ଅନୁସାରେ ଏହି ବିପଦଜନ୍ନକ ସମୁଦ୍ର କୂଳକୁ ଜନସାଧାରଣଙ୍କ ପାଇଁ ବନ୍ଦ କରିବାକୁ ସଂସଦର ସଦସ୍ୟମାନେ ବାରମ୍ବାର ଦାବି କରିଛନ୍ତି।

ଇଜିପ୍ଟରେ ଗ୍ରୀଷ୍ମ ତାପମାତ୍ରା ୧୦୦ ଡିଗ୍ରୀ ଫାରେନ୍ହାଇଟ୍ ରେ ପହଞ୍ଚିବା ପରେ ଏହି ଦୁର୍ଘଟଣା ଜଳ ନିରାପତ୍ତାକୁ ନେଇ ଚିନ୍ତା ବଢ଼ାଇ ଦେଇଛି ।  ଦେଇଥିଲା ଯେହେତୁ ଲୋକମାନେ ମହାମାରୀ ସମ୍ବନ୍ଧୀୟ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ତାପରୁ ମୁକ୍ତି ପାଇବାକୁ ଚାହାଁନ୍ତି ସେଥିପାଇଁ ଏମିତି ଘଟଣା ଘଟିଗଲା ବୋଲି ଚର୍ଚ୍ଚା ହେଉଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: