କରୋନା ମାଡ଼: ସୋସିଆଲ ମିଡିଆରେ ଗ୍ରାହକ ଖୋଜୁଛନ୍ତି  ଦୂତୀ, ବିକିବେ BMW କାର୍

କରୋନା ମାଡ଼: ସୋସିଆଲ ମିଡିଆରେ ଗ୍ରାହକ ଖୋଜୁଛନ୍ତି ଦୂତୀ, ବିକିବେ BMW କାର୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା ମାଡ଼ରେ ସମସ୍ତେ ଘାଇଲା । ବ୍ୟବସାୟୀ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ।  ଲକଡାଉନ, ସଟଡାଉନ କଟକଣା ଯୋଗୁଁ ସେମାନଙ୍କ ବେପାର ମାନ୍ଦା ଏବଂ ଅବସ୍ଥା ବେହାଲ। ଗରିବ ଓ ମଧ୍ୟବିତ୍ତଙ୍କ କଥା ନକହିବା ଭଲ ।  

ଆଜି କିନ୍ତୁ ଆମେ ଏମିତି ଜଣେ ତାରକାଙ୍କ କଥା କହିବାକୁ ଯାଉଛୁ ଯିଏ ସବୁବେଳେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି । ସେ ହେଲେ ଓଡ଼ିଶାର ଦୌଡ଼ ରାଣୀ ଦୂତୀ ଚାନ୍ଦ । ଦୂତୀ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଦୂତୀଙ୍କର ଆର୍ଥିକ ଅଭାବ ଅନାଟନର ପ୍ରମାଣ ତାଙ୍କ ଫେସବୁକ ଆକାଉଣ୍ଟରୁ ଜଣା ପଡ଼େ । ସେ ନିଜ ଫେସବୁକ୍ ପେଜ୍ ରେ ଲେଖିଛନ୍ତି ଯେ, ‘ମୋ BMW କାର୍ ବିକିବାକୁ ଚାହୁଁଛି।  ଯଦି କିଏ କିଣିବାକୁ ଚାହୁଁଛନ୍ତି ମୋତେ କହିବେ। ମେସେଞ୍ଜରରେ ଏସଏମଏସ୍ କରିବେ’।

ଦୂତୀ ସୋସିଆଲ ମିଡିଆରେ କାର୍ ବିକ୍ରି କରିବାକୁ ନେଇ ପୋଷ୍ଟ କରିଛନ୍ତି କିନ୍ତୁ କାହିଁକି ଏବଂ କେଉଁ ପରିସ୍ଥିତିରେ ସେ କାର୍ ବିକ୍ରି କରିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ କୌଣସି ଉଲ୍ଲେଖ କରିନାହାନ୍ତି । ହେଲେ ଅନେକ ସୋସିଆଲ ମିଡିଆ ୟୁଜର୍ସ ଦୂତୀଙ୍କ ଏ ଅବସ୍ଥା କରୋନା ପାଇଁ ହିଁ ବୋଲି କୁହାଯାଉଛି ।

ଶଶାଙ୍କ ଶେଖର ଦାସ ନାମକ ଜଣେ ଫେସବୁକ୍ ୟୁଜର୍ସ ଲେଖିଛନ୍ତି ‘ଏଭଳି ଖବର ପାଇ ମୁଁ ବହୁତ୍ ଦୁଃଖିତ, ସରକାର ଙ୍କୁ ଅନୁରୋଧ ଦୂତୀ ଚାନ୍ଦଙ୍କ ସହିତ ଏଭଳି ପରିସ୍ଥିତିରେ ସାହାଯ୍ୟ କରିବା ହେବେ, କ୍ରୀଡା ର ସମ୍ମାନ ରକ୍ଷା ଦିଗରେ ସଦା ଚେଷ୍ଟାରତ ନବୀନ୍ ବାବୁ ମୋର ଅନୁରୋଧ ନିଶ୍ଚିତ ରଖିବେ’ ।

ଜନ୍ ବେହେରା ନାମକ ଜଣେ ବ୍ୟକ୍ତି ଦୂତୀଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ‘ମାଡାମ୍, ଆପଣତ ଚାକିରୀ କରୁଥିବେ ତେବେ ଅସୁବିଧା କେଉଁଠି ରହିଲା । କାହିଁକି ଆପଣ ନିଜର ସ୍ୱପ୍ନର କାର୍ ବିକ୍ରି କରିବାକୁ ଚାହୁଁଛନ୍ତି ? ଏହାର ଉତ୍ତରରେ ଦୂତୀ ଉଲ୍ଲେଖ କରିଛନ୍ତି ଯେ ‘ ଚାକିରୀ କରି ବିଏମଡବ୍ଳୁ କାର୍ ଚଢ଼ିବା ଏତେ ସହଜ ନୁହେଁ । ବର୍ତ୍ତମାନ ସମୟରେ ସ୍ଥିତି ବହୁତ ଖରାପ ଅଛି । ଯାହା ପଇସା ଆସିଥିଲା ସବୁ ଖର୍ଚ୍ଚ ହୋଇଯାଇଛି । ତା ସହିତ ବଏମଡବ୍ଳୁର ମେଣ୍ଟେନାନ୍ସ ବହୁତ କଷ୍ଟ ଦେଉଛି । ମୋର୍ କାର୍ ପାର୍କିଂ ପାଇଁ ମଧ୍ୟ ଯାଗା ନାହିଁ, କାର୍ ରାସ୍ତା ଉପରେ ରହୁଛି । ଆଉ ଏବେ କରୋନା କଟକଣା ପାଇଁ କୁଆଡ଼େ ଯାଉନି, ଗାଡ଼ି ରହି ରହି ଖରାପ ହୋଇଯିବାର ଭୟ ରହିଛି । ତେଣୁ କରି କାର୍ ବିକ୍ରି କରିବାକୁ ଚାହୁଁଛି । ପୁଣି ଯେତେ ବେଳେ ଇଚ୍ଛା ହେବ କାର୍ କିଣିନେବି । ମୋର ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବାର ଅଛି ତେଣୁ ମୋତେ ଟଙ୍କା ଦରକାର ଆଉ ଏଥିପାଇଁ କାର୍ ବିକ୍ରି ହୋଇଗଲେ ମୋ ଟ୍ରେନିଂ ରେ ଲାଗିଯିବ ।

ତେବେ ପୋଷ୍ଟ କରିବା 11 ଘଣ୍ଟା ପରେ ସେ ନିଜ ପୋଷ୍ଟଟିକୁ ଡିଲେଟ କରିଦେଇଥିବାର ଜଣାପଡ଼ିଛି ।

ଦୂତୀଙ୍କ କାର୍ ବିକ୍ରି ସମ୍ପର୍କିତ ପୋଷ୍ଟଟି ଡିଲେଟ କରିବା ପରେ…

0 Comments

Leave Your Comment

Your email address will not be published. Required fields are marked *

%d bloggers like this: