ସୋସିଆଲ ମିଡିଆରେ ପଚାଶ ‘ଅପସରା’: ବିଶ୍ୱାସ କରିପାରିଲେନି ‘ରାମୁ’, ‘ରାନୀ’ କହିଲେ ମୋତେ ହିଁ ଫଲୋ କର…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସୋସିଆଲ ମିଡିଆରେ ଘୁରି ବୁଲିଛନ୍ତି ପଚାଶ ସୁନ୍ଦରୀ ଅପସରା । ସମସ୍ତେ ଦେଖିବାକୁ ଖାସ୍, ବିନ୍ଦାସ, ବୋଲ୍ଡ ଓ ସେକ୍ସି । ଏତେ ସାରା ଅପସରାଙ୍କୁ ଦେଖି ଭାବ ବିହ୍ୱଳ ହୋଇଯାଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଓରଫ ରାମୁ । ସେ ନିଜକୁ ବିଶ୍ୱାସ କରିପାରୁନାହାନ୍ତି । ଏତେ ସାରା ଅପସରା କୁଆଡ଼ୁ ଆସିଲେ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି  । ଆଉ ଯାହାର ଉତ୍ତର ବର୍ତ୍ତମାନ ସମସ୍ତଙ୍କୁ ଚକିତ କରିଛି । ଥରେ ତଳେ ଦିଆଯାଇଥିବା ଟ୍ୱିଟ୍ କୁ ଭଲ ଭାବେ ଦେଖନ୍ତୁ ।

https://twitter.com/apsara_rani_/status/1282733090838740992

ଏ ହେଉଛି ରାତାରାତି ହଜାରେ ଯୁବକଙ୍କ ହୃଦୟର ରାଣୀ ସାଜି ସାରିଥିବା ଅପସରା ରାନୀଙ୍କ କଥା । ଓଡ଼ିଆ ଝିଅ ଅପସରା ରାନୀ ଯିଏ କି ବର୍ତ୍ତମାନ ବଲିଉଡ୍ ଫିଲ୍ମ ମେକର ରାମ ଗୋପାଳ ବର୍ମାଙ୍କ ଅପକମିଙ୍ଗ ମୁଭି ଥ୍ରୀଲରରେ ଲିଡ୍ ରୋଲରେ ନଜର ଆସୁଛନ୍ତି । ଯିଏ ବର୍ତ୍ତମାନ ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି । ନିଜର ହଟ୍, ବୋଲ୍ଡ ବିୟୁଟି ଓ ଅଙ୍ଗ ପ୍ରଦର୍ଶନ ପାଇଁ ଯେତିକି ଚର୍ଚ୍ଚାରେ ଅଛନ୍ତି ସେତିକି ବିବାଦରେ ମଧ୍ୟ ଅଛନ୍ତି । ଏବେ କିନ୍ତୁ ରାନୀ ଏଥିପାଇଁ ଚର୍ଚ୍ଚାରେ ଅଛନ୍ତି କାରଣ ଅପସରାଙ୍କ ନାମରେ ବର୍ତ୍ତମାନ 50ରୁ ଅଧିକ ଫେକ୍ ଟ୍ୱିଟର ହ୍ୟାଣ୍ଡେଲ ରହିଛି । ଯାହାକୁ ନେଇ ଖୁସି ହେବେ କି ବ୍ୟତିବସ୍ତ ହେବେ ଜାଣିପାରୁନାହାନ୍ତି ନିଜେ ଅପସରା । ଏତେ କମ୍ ସମୟ ମଧ୍ୟରେ ଷ୍ଟାରଦମ ପାଇସାରିଥିବା ଭଳି ଅନୁଭବ କରୁଛନ୍ତି ଅପସରା । ତେବେ ଏତେ ସାରା ଫେକ୍ ଆକାଉଣ୍ଟକୁ ନେଇ ସେ ନିଜ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ଯେ, କେବଳ ଅରଜିନଲା ଆକାଉଣ୍ଟକୁ ଫଲୋ କରନ୍ତୁ । ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେ ଅରଜିନାଲ୍ ଆକାଉଣ୍ଟକୁ ହାଇଲାଇଟ କରି ଦେଖେଇବାକୁ ଚେଷ୍ଟା କରିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଅପ୍‌ସରାଙ୍କୁ ନେଇ ରାମ ଗୋପାଲ ବର୍ମା କରିଥିବା ଏକ ଟ୍ୱିଟ୍‌ରୁ ବିବାଦ ସୃଷ୍ଟି ହୋଇଥିଲା।  ଏଥିରେ ‘ଓଡ଼ିଶା’ର ଇଂରାଜୀ ବନାନ ଭୁଲ୍ ଥିଲା। ତା’ସହିତ ୧୯୯୯ ମହାବାତ୍ୟା ପର ଠାରୁ ସେ ଓଡ଼ିଶା ବିଷୟରେ କିଛି ଜାଣି ନଥିବା ଲେଖିଥିଲେ। ଏହାକୁ ନେଇ ଅନେକ ଓଡ଼ିଆ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ। ଅବଶ୍ୟ ପରେ ରାମ ଗୋପାଲ ବର୍ମା ଅନ୍ୟ ଏକ ଟ୍ୱିଟ୍ କରି ଓଡ଼ିଶାକୁ ପ୍ରଶଂସା କରିଥିଲେ। ଅବଶ୍ୟ କେହି କେହି କହୁଛନ୍ତି, ନିଜ ଫିଲ୍ମର ପ୍ରଚାର ପାଇଁ ଏହା ରାମୁଙ୍କର ଏକ କୌଶଳ।

Leave a Reply

Your email address will not be published. Required fields are marked *