ଅପସରା ରାନୀଙ୍କ ପରେ ‘ରାମୁ’ଙ୍କ କ୍ୟାମ୍ପରେ ଏହି ଓଡ଼ିଆ ହ୍ୟାଣ୍ଡସମ୍ ; ସୋସିଆଲ ମିଡିଆରେ ଚର୍ଚ୍ଚା….

ଅପସରା ରାନୀଙ୍କ ପରେ ‘ରାମୁ’ଙ୍କ କ୍ୟାମ୍ପରେ ଏହି ଓଡ଼ିଆ ହ୍ୟାଣ୍ଡସମ୍ ; ସୋସିଆଲ ମିଡିଆରେ ଚର୍ଚ୍ଚା….

ପ୍ରିଜମ ନ୍ୟୁଜ ବ୍ୟୁୁରୋ: ପୁଣି ଥରେ ଚର୍ଚ୍ଚାରେ ରାମୁ (ରାମଗୋପାଳ ବର୍ମା)ଙ୍କ ଅପସରା । ଏଥର ସେ ନିଜର ହଟ୍, ବୋଲ୍ଡ ଓ ନିଆରା ଆନ୍ଦାଜ ପାଇଁ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି । ତେବେ ପ୍ରକୃତ କଥା ହେଲା ଅପସରା ଆଉ ଏକ କାରଣ ବି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି । କାହିଁକିନା ତାଙ୍କ ସହ ବିପକ୍ଷ ଭାବେ ଯେଉଁ ନାୟକକୁ ସାମ୍ନାକୁ ଆଣିଛନ୍ତି ରାମୁ ସେ ବି ଜଣେ ଓଡ଼ିଆ । ଆଉ ଏହି ଦୁଇ ଓଡ଼ିଆ କଳାକାରଙ୍କୁ ନେଇ ନୂଆ ଏକ୍ସପେରିମେଣ୍ଟ କରୁଛନ୍ତି ରାମଗୋପାଳ ବର୍ମା ।

https://twitter.com/apsara_rani_/status/1282940823185682434

ସୂଚନା ଥାଉ କି, ଓଡିଶାକୁ ନେଇ ଅରୁଚିକର ଟ୍ୱିଟ୍ କରି ଟ୍ରୋଲ ହୋଇଥିଲେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ରାମଗୋପାଳ ବର୍ମାଙ୍କ ସେହି ଟ୍ୱିଟ୍ ଏବେ ଓଡ଼ିଶାରେ ଝଡ ସୃଷ୍ଟି କରିଥିଲା। ରାମ ଗୋପାଳ ବର୍ମା ଲେଖିଥିଲେ, ଅପସରାଙ୍କ ଆଗରୁ ମୁଁ ଓଡିଶା ସମ୍ପର୍କରେ ଜାଣିନଥିଲି । ହେଲେ ଅପସରାଙ୍କୁ ଭେଟିବା ପରେ ଜାଣିବାକୁ ପାଉଛି ଓଡିଶା ସମସ୍ତ ପ୍ରକାର ମହାବାତ୍ୟା ସୃଷ୍ଟି କରିପାରିବ । ଏହା ହିଁ ବୟାନ କରୁଛି ଓଡିଶାରେ ଏପରି ସୁନ୍ଦରୀ ଅଛନ୍ତି । ଓଡିଶାକୁ ଅଧିକ ଶକ୍ତି ମିଳୁ ।

ଖୁବଶୀଘ୍ର ଏହି ଓଡିଆ ଝିଅ ଫିଲ୍ମ ‘ଥ୍ରୀଲର’ ମାଧ୍ୟମରେ ବଲିଉଡରେ ପାଦ ଦେବେ । ନାଁ ତାଙ୍କର ଅପସରା ରାଣୀ । ଅପସରାଙ୍କ ଘର ଓଡିଶାରେ ଥିବା ବେଳେ ସେ ଡେରାଡୁନରେ ଛୋଟରୁ ବଡ ହୋଇଛନ୍ତି । ବର୍ତ୍ତମାନ ସେ ହାଇଦ୍ରାବାଦରେ ରହୁଛନ୍ତି । ସେ ପୂର୍ବରୁ ମିଆ ମାଲକୋଭାଙ୍କ ଅଭୀନିତ ଫିଲ୍ମ ‘କ୍ଲାଇମାକ୍ସ’ ଏବଂ ସୁଇଟିଙ୍କ ‘ନେକେଡ’ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଫିଲ୍ମର ସଫଳତା ପରେ ଆରଜିଭି ୱାର୍ଲ୍ଡ ଥିଏଟର ତା’ର ଆଗାମୀ ଫିଲ୍ମ ପାଇଁ ଅପସରାଙ୍କୁ ନାୟିକା କରିଛି । 

0 Comments

Leave Your Comment

Your email address will not be published. Required fields are marked *

%d bloggers like this: