ୟୁପି ପୋଲିସର ‘ଅପରେସନ ବିକାଶ’: ମଧ୍ୟପ୍ରଦେଶ ଉଜ୍ଜୟିନୀ ମନ୍ଦିରରୁ ଦୁବେ ଗିରଫ, ଏନକାଉଣ୍ଟରରେ ଦୁଇ ସହଯୋଗୀ ନିହତ

ୟୁପି ପୋଲିସର ‘ଅପରେସନ ବିକାଶ’: ମଧ୍ୟପ୍ରଦେଶ ଉଜ୍ଜୟିନୀ ମନ୍ଦିରରୁ ଦୁବେ ଗିରଫ, ଏନକାଉଣ୍ଟରରେ ଦୁଇ ସହଯୋଗୀ ନିହତ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଉତ୍ତର ଭାରତ ବିଶେଷ କରି ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରେ ଆତଙ୍କ ଖେଳାଇଥିବା ଏବଂ ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଚର ବିକାଶ ଦୁବେ ଗିରଫ । ମଧ୍ୟପ୍ରଦେଶ ପୋଲିସ ସହାୟତାରେ ଉତ୍ତର ପ୍ରଦେଶ ପୋଲିସ ବିକାଶକୁ ଗିରଫ କରିଛି । ଉଜ୍ଜୟିନୀର ଏକ ମନ୍ଦିରରେ ଲୁଚିଥିବା ଅବସ୍ଥାରେ ଗ୍ୟାଙ୍ଗଷ୍ଟର ବିକାଶକୁ ଗିରଫ କରାଯାଇଛି । ବିକାଶକୁ ମଧ୍ୟପ୍ରଦେଶରୁ ଗିରଫ କଲା ପୋଲିସ । ଆଉ ସେପଟେ ସେହି ସମାନ ସମୟରେ ଉତ୍ତର ପ୍ରଦେଶରେ ତାର ଦୁଇ ସହଯୋଗୀଙ୍କୁ ଏନକାଉଣ୍ଟରରେ ମାରିଛି ୟୁପି ପୋଲିସ । ଆଉ ଏପଟେ ସିସିଟିଭି ଫୁଟେଜରେ ମାସ୍କ ପିନ୍ଧା ବିକାଶ ଦୁବେଙ୍କୁ ଏକ  ଅଧା ଡଜନ ପୋଲିସ ନେଇଥିବାର ଦେଖାଯାଇଛି।

ସୂଚନା ଅନୁସାରେ ଆଜି ସକାଳ 8 ଟା ସମୟରେ ଏକ ମନ୍ଦିରରେ ବିକାଶ ଦୁବେଙ୍କୁ ଦେଖିବାକୁ ମିଳିଥିଲା। ଖବର ପାଇ ଜଣେ ସ୍ଥାନୀୟ ଦୋକାନୀ ପୋଲିସକୁ ସତର୍କ କରାଇଥିଲେ। ସେ ମନ୍ଦିରରୁ ବାହାରକୁ ଆସିବା ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ପଚରାଉଚରା କରିଥିଲେ। ଜଣେ ଅଧିକାରୀ କହିଛନ୍ତି, “ସେ ଏକ ନକଲି ଆଇଡି କାର୍ଡ ପ୍ରସ୍ତୁତ କରିଥିଲେ ଏବଂ ପରେ ସୁରକ୍ଷା କର୍ମୀଙ୍କ ସହ ଝଗଡା କରିଥିଲା । ଏହା ପରେ ତାକୁ ଗିରଫ କରିବାରେ ସଫଳତା ମିଳିଛି ।

ଜାଣିବା ଜରୁରୀ

ଶୁକ୍ରବାର ଦିନ ପୋଲିସର ଏକ ଟିମ୍ ବିକାଶ ଦୁବେକୁ ଗିରଫ କରିବାକୁ  କାନପୁରର ଚୌବେପୁର ଅଞ୍ଚଳର ବିକ୍ରୁ ଗ୍ରାମକୁ ଯାଇଥିଲେ । ଆଉ ସେଠାରେ ଗୁଳି କରି ବିକାଶ ଓ ତା ଗୁଣ୍ଡାମାନେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ବିକାଶ ଦୁବେ ନାଁରେ ଏକାଧିକ ମାମଲା

ବିକାଶ ଦୁବେ ନାମରେ ବିଭିନ୍ନ ଥାନାରେ ହତ୍ୟା, ଅପହରଣ, ଚୋରା ଚାଲାଣ ଏବଂ ଦଙ୍ଗା ସମେତ 60 ଟି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସ୍ଥାନୀୟ ପୋଲିସ୍ ଦ୍ୱାରା ବିକାଶକୁ ଗିରଫ କରିବା ପାଇଁ ରେଡ୍ ପଡ଼ିବାକୁ ଥିବା ନେଇ ସୂଚନା ମିଳିବା ପରେ ପୂର୍ବରୁ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ପାଇଁ ଯୋଜନା କରିଥିଲା । ଯେତେବେଳେ ପୋଲିସ ଗାଁରେ ପହଞ୍ଚିଲା, ଦୁବେ ଏବଂ ତାଙ୍କ ଲୋକମାନେ AK-47 ସହିତ ସଜ୍ଜିତ ହୋଇ ଛାତରୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ହିଁ ଆଠଜଣ ପୋଲିସ କର୍ମଚାରୀ ଆଖି ବୁଜିଥିଲେ ।

ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ଗିରଫଦାରୀରୁ ବଞ୍ଚିବା ପାଇଁ ଫେରାର ହୋଇଯାଇଥିଲା ବିକାଶ। ପୋଲିସ ପକ୍ଷରୁ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାରେ 5ଲକ୍ଷ ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଥିଲା ।

ଗୁରୁତ୍ୱପୂର୍ଣ୍ଣ ସୂଚନା

ସୂଚନା ଥାଉ କି ଘଟଣାସ୍ଥଳରୁ ଅପରାଧୀ ବିକାଶ ଦୁବେକୁ ଫେରାର କରାଇବା ସହଯୋଗରେ ଦୁଇ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି । ଦୁବେଙ୍କ ଗାଁ ନିକଟରେ ଥିବା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ପୋଲିସ ଇନ୍ସପେକ୍ଟରଙ୍କୁ ଗତକାଲି ଗିରଫ କରାଯାଇଥିଲା ଯେ ସେ ଗ୍ୟାଙ୍ଗଷ୍ଟରଙ୍କୁ ସହଯୋଗ କରିଆସୁଥିଲେ ।   

ଗ୍ୟାଙ୍ଗଷ୍ଚର ବିକାଶ ଦୁବେ ଗିରଫ

0 Comments

Leave Your Comment

Your email address will not be published. Required fields are marked *

%d bloggers like this: