ନିରବି ଗଲେ ‘ସୁରମା ଭୋପାଲି’

ନିରବି ଗଲେ ‘ସୁରମା ଭୋପାଲି’

ଭେଟେରାନ୍ ହାସ୍ୟ ଅଭିନେତା ତଥା ଫିଲ୍ମ ‘ଶୋଲେ’ର ‘ସୁରମା ଭୋପାଲି’ ଜଗଦୀପଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ।

ବି. ଆର୍‌. ଚୋପ୍ରାଙ୍କ ଚଳଚ୍ଚିତ୍ର ‘ଅଫସାନା’ରୁ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଜଗଦୀପ ପ୍ରାୟ ୪ଶହ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଫିଲ୍ମ ‘ପୁରାନା ମନ୍ଦିର’, ‘ଥ୍ରୀ ଡି ସାମ୍ରୀ’ ଓ ‘ଅନ୍ଦାଜ ଅପନା ଅପନା’ ବେଶ୍ ହିଟ୍ ହୋଇଥିଲା । ‘ଅନ୍ଦାଜ ଅପନା ଅପନା’ରେ ସେ ଅଭିନେତା ସଲମାନ ଖାନଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ । ମାତ୍ର, ଫିଲ୍ମ ‘ସୋଲେ’ରେ ତାଙ୍କର ‘ସୁରମା ଭୋପାଲି’ ଅଭିନୟକୁ ଦର୍ଶକ ଚିରକାଳ ମନେ ରଖିଥିବେ ।

୧୯୩୯ ମସିହା ମାର୍ଚ୍ଚ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଗଦୀପ । ତାଙ୍କ ପ୍ରକୃତ ନାଁ ଇସ୍ତିଆକ ଅହମ୍ମଦ ଥିଲା । ସେ ଶିଶୁ କଳାକାର ଭାବେ ଅଭିନୟ କରି ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଫିଲ୍ମ ‘ବ୍ରହ୍ମଚାରୀ’ରେ ସେ ପ୍ରଥମ ଥର ପାଇଁ କମେଡିଆନ ଭାବେ ଅଭିନୟ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: