ଚଳିତ ବର୍ଷ ରଥଯାତ୍ରା ଇତିହାସ ସୃଷ୍ଟି କରିଛି: ମୁଖ୍ୟମନ୍ତ୍ରୀ ନବୀନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ଇତିହାସ ସୃଷ୍ଟି କରିଛି। ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ଏହି କୋଭିଡ ଯୁଦ୍ଧକୁ ଜିତିବାକୁ ହେଲେ ଆମକୁ ମହାପ୍ରଭୁଙ୍କ ଏହି ତିନୋଟି ମାର୍ଗ ଆପଣାଇବାକୁ ପଡ଼ିବ। ଏହି ତିନୋଟି ଅସ୍ତ୍ର ହିଁ ଆମକୁ କୋଭିଡ ଯୁଦ୍ଧରେ ବିଜୟ ଆଣିଦେବ।

ଏଥର ରଥଯାତ୍ରାରେ ପୁରୀବାସୀ ଦେଖାଇଥିବା ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ଼ କରେ। ଏହି ତ୍ୟାଗ ଓ ଶୃଙ୍ଖଳାର ସହ କାମ କରି ଆମେ ବିଶ୍ୱ ପାଇଁ ଉଦାହରଣ ସାଜିଛୁ। ସେଥିପାଇଁ ସେବାୟତ ବନ୍ଧୁ, ପ୍ରଶାସନ, ପୁରୀବାସୀ ତଥା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ମୋର ଧନ୍ୟବାଦ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: