ସେଲ୍ଫ କ୍ୱାରେଣ୍ଟିନ୍ ରେ ରହିବେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ; କରୋନା ସଂକ୍ରମିତ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସେଲ୍ପ କ୍ୱାରେଣ୍ଟାଇନରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭ୍‌ ସ୍ପଷ୍ଟ ହେବା ପରେ ସେଲ୍ପ କ୍ୱାରେଣ୍ଟାଇନରେ ରହିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ ‘କରୋନା’ରେ ଆକ୍ରାନ୍ତ 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗତ ୨ ତାରିଖରେ ବାଲେଶ୍ୱରର ପୂର୍ବତନ ବିଧାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ଶ୍ରୀ ନାୟକଙ୍କ ସହ ସେ ମିଳାମିଶା କରିଥିଲେ। ୩ ତାରିଖରେ ମଧ୍ୟ ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ ଏକାଠି ହୋଇଥିଲେ। ଶ୍ରୀ ନାୟକ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପ୍ରତିଷେଧମୂଳକପଦକ୍ଷେପ ସୂରୂପ ସେ ସେଲଫ୍‌ କ୍ୱେରେଣ୍ଟାଇନ୍‌ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଟ୍ୱିଟ୍‌ କରି ଜଣାଇଛନ୍ତି। ତେବେ ସେ ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବାଷଭବନରେ ଅଛନ୍ତି ଏବଂ ଏବେ ସୁସ୍ଥ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *