ବିଦା ହେବେ ପେଟୁଆ ପୋଲିସ! ଜାଣନ୍ତୁ କାହିଁକି…

ବିଦା ହେବେ ପେଟୁଆ ପୋଲିସ! ଜାଣନ୍ତୁ କାହିଁକି…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପୋଲିସ କର୍ମଚାରୀ ଓ ଅଫିସରମାନେ ଫିଟ୍ ରୁହନ୍ତୁ । ଯେଉଁମାନେ ଫିଟ୍ ନ ରହିବେ ସେମାନେ ବିଦା ହେବେ । ବିଶେଷ କରି ଯେଉଁ ପୋଲିସ କର୍ମଚାରୀଙ୍କ ପେଟ ବାହାରିଛି ଅର୍ଥାତ ବଡ଼ପେଟ ଯାହାରା ଚାକିରି ଯିବ ତାହାର । ଫିଜିକାଲ ଫିଟ୍ ନରହିଲେ ଚାକିରି ପ୍ରତି ବିପଦ ରହିଛି । କେବଳ ଚାକିରି ଯଦି ବା ଚାକିରି ବଞ୍ଚିଯାଉଛି ତେବେ ଇନକ୍ରିମେଣ୍ଟ ବନ୍ଦ୍ ସହ ଅସମୟରେ ଅବସରର ବି ନେବାକୁ ପଡ଼ିପାରେ । ଏହେଉଛି ଭୁବନେଶ୍ୱର-କଟକ ପୋଲିସ କମିଶନରେଟର ଫିଟନେସ୍ ଫର୍ମୁଲା ଯାହାକୁ ନେଇ ଏବେ ଢେର ସାରା ଚର୍ଚ୍ଚା । ନିଜ କର୍ମଚାରୀଙ୍କୁ ଶାରୀରିକ ଭାବେ ଦକ୍ଷ କରିବାକୁ କମିଶନରେଟ୍ ପୋଲିସ ଆପଣାଇଛି ଏହି ଫିଟ୍ ଫର୍ମୁଲା । କମିଶନରେଟ୍ ପୋଲିସର ସବୁ କର୍ମଚାରୀଙ୍କ BMI ଯେପରି 30 ତଳକୁ ରହିବ, ସେ ନେଇ କଡ଼ା ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ନୂଆ ନିର୍ଦ୍ଦେଶନାମାରେ କମିଶନରେଟ୍ ପୋଲିସ ସବୁ କର୍ମଚାରୀ ସବୁ ସମୟରେ ଶାରୀରିକ ଭାବେ ଫିଟ୍ ରହିବାକୁ ଗୁରୁତ୍ୱ ଦିଆଯାଇଛି । ନିର୍ଦ୍ଦେଶନାମା ଅନୁସାରେ ସପ୍ତାହକ ଭିତରେ ସବୁ କର୍ମଚାରୀଙ୍କ ଓଜନ ମପାଯିବ । ବୟସ ଓ ଉଚ୍ଚତା ଅନୁସାରେ ସେମାନଙ୍କ ଓଜନ କେତେ ହେବା ଆବଶ୍ୟକ ବା ବଡି ମାସ୍ ଇଣ୍ଡେକ୍ସ ସେମାନଙ୍କୁ ଜଣାଇ ଦିଆଯିବ । ୧୯ରୁ ୨୫ ସ୍ବାଭାବିକ ଏବଂ ୩୦ ବିଏମଆଇକୁ ମେଦବହୁଳ ବୋଲି ଧରାଯାଉଥିବାରୁ ଏହି କଣ୍ଟା ପାର କରୁଥିବା ପୋଲିସ କର୍ମଚାରୀଙ୍କ ମେଦ ହ୍ରାସ ପାଇଁ ପଦକ୍ଷେପ ନିଆଯିବ ଏବଂ ତା ପରେ ପରିବର୍ତ୍ତୀ ପଦକ୍ଷେପ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ।

ପୋଲିସ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଓଜନ ଓ BMI ଚେକ୍ ପ୍ରକ୍ରିୟା ଜୁଲାଇ ୩୦ ମଧ୍ୟରେ ସରିଯିବ ୩ ମାସ ପରେ ନଭେମ୍ବରରେ ପୁଣି ଓଜନ ମପାଯିବ ଯେଉଁମାନଙ୍କ BMI ୩୦ ଉପରେ ଥିବ, ସେମାନଙ୍କୁ ସକାଳୁ ବାଧ୍ୟତାମୂଳକ ବ୍ୟାୟାମ ସହ ୬ ସପ୍ତାହ ରିଫ୍ରେସର କୋର୍ସ ଦିଆଯିବ ଏହା ସତ୍ତ୍ୱେ ଫିଟନେସରେ କିଛି ପରିବର୍ତ୍ତନ ନହେଲେ ଇନକ୍ରିମେଣ୍ଟ୍ ବନ୍ଦ ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ ବାଧ୍ୟତାମୂଳକ ଅବସରର ବି ସାମ୍ନା କରିବାକୁ ପଡ଼ିପାରେ ବୋଲି ଚେତାଇ ଦେଇଛନ୍ତି କମିଶନର ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: