ରାଜ୍ୟରେ ପୁଣି ୪ ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ:ରାଜ୍ୟରେ ପୁଣି ୪ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୭୧୮ଟି ମାମଲା ମଧ୍ୟରୁ ୪୭୯ଟି କୋରୋନା ପଜିଟିଭ, କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ମାମଲା ୨୩୯ଟି ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ୧୧୦ରେ ପହଞ୍ଚିଛି। ତେବେ ସଂକ୍ରମିତଙ୍କ ମଧ୍ୟରୁ ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।

Leave a Reply

Your email address will not be published. Required fields are marked *