ଦେଶରେ ‘କରୋନା’ର ନୂଆ ରେକର୍ଡ: ୯ ଲକ୍ଷ ଡେଇଁଲା ସଂକ୍ରମଣ ସଂଖ୍ୟା; ଦିନକରେ ଗଲା ୫୫୩ ଜଣଙ୍କ ଜୀବନ

ଦେଶରେ ‘କରୋନା’ର ନୂଆ ରେକର୍ଡ: ୯ ଲକ୍ଷ ଡେଇଁଲା ସଂକ୍ରମଣ ସଂଖ୍ୟା; ଦିନକରେ ଗଲା ୫୫୩ ଜଣଙ୍କ ଜୀବନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶରେ ଆଜି ବି ନୂଆ ରେକର୍ଡ ପାର୍ କରିଛି କୋଭିଡ-୧୯ ମାମାଲା । ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୨୮, ୪୯୮ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ୫୫୩ଜଣ ପ୍ରାଣ ନେଇଛି ମହାମାରୀ କରୋନା ଭାଇରସ। ଏହି ନୂଆ ତଥ୍ୟ ସହ ଦେଶରେ ବର୍ତ୍ତମାନ ୯ ଲକ୍ଷ 6ହଜାର ୭୫୨ଜଣ ଆକ୍ରାନ୍ତ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନେଙ୍କ ମଧ୍ୟରୁ ୩ ଲକ୍ଷ ୧୧ ହଜାର ୫୬୫ଟି ହେଉଛି ଆକ୍ଚିଭ୍ କେସ ଯେଉଁମାନଙ୍କ ଚିକିତ୍ସା ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୫ ଲକ୍ଷ ୭୧ ହଜାର ୪୬୦ଜଣ ରୋଗୀ । ସେହିଭଳି ବର୍ତ୍ତମାନ ସୁଦ୍ଧା ୨୩ ହଜାର ୭୨୭ ଜଣଙ୍କ ଜୀବନ ଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: