ରେକର୍ଡ କଲା କୋରୋନା, ୨୪ ଘଣ୍ଟାରେ ୨୮ ହଜାରରୁ ଅଧିକ ଆକ୍ରାନ୍ତ

ରେକର୍ଡ କଲା କୋରୋନା, ୨୪ ଘଣ୍ଟାରେ ୨୮ ହଜାରରୁ ଅଧିକ ଆକ୍ରାନ୍ତ

ଦିନକୁ ଦିନ କୋରୋନା କହର ବଢ଼ିବାରେ ଲାଗିଛି । ଆଉ ଭାରତରେ ମଧ୍ୟ ସ୍ଥିତି ଗମ୍ଭୀର ହୋଇଛି । ଗତ ୨୪ ଘଣ୍ଟାରେ ଭାରତରେ ୨୮ ହଜାର ୪୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୭୫୨ ଛୁଇଁଛି ।

ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ସଂକ୍ରମିତ ହୋଇ ପ୍ରାୟ ୩ ଲକ୍ଷ ୧୧ ହଜାର
୫୬୫ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୨୩ ହଜାର ୭୨୭ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୫ ଲକ୍ଷ ୭୧ ହଜାର ୪୬୦ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: