ରିଲିଜ୍ ପୂର୍ବର ‘ଥ୍ରୀଲର’ ଝଡ଼: ଭାଇରାଲ ହେଉଛି ଏହି ଓଡ଼ିଆ ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ; ଟ୍ରୋଲ ହେଲେ ‘ରାମୁ’ଙ୍କ ‘ଅପସରା’

ରିଲିଜ୍ ପୂର୍ବର ‘ଥ୍ରୀଲର’ ଝଡ଼: ଭାଇରାଲ ହେଉଛି ଏହି ଓଡ଼ିଆ ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ; ଟ୍ରୋଲ ହେଲେ ‘ରାମୁ’ଙ୍କ ‘ଅପସରା’

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅଚାନକ ସୋସିଆଲ ମିଡିଆରେ ଅପସରା ଝଡ଼ । କିଏ ଏହି ଅପସରା ଯାହାକୁ ନେଇ କେଇ ଦିନରେ ଏତେ ସାରା ଟ୍ୱିଟ କଲେ ବଲିଉଡ ସିନେ ନିର୍ମାତା ରାମ ଗୋପାଳ ବର୍ମା ଓରଫ ଆରଜିଭି? ଯାହା ବର୍ତ୍ତମାନ ବିଜୁଳି ବେଗରେ ପ୍ରଚାର ପ୍ରସାର ହେଉଛି । ସ୍ୱଭାବିକ କଥା ଟ୍ରୋଲରଙ୍କ ଶିକାର ମଧ୍ୟ ହୋଇଛନ୍ତି । କିନ୍ତୁ କାହିଁକି ଟ୍ରୋଲ ହେଉଛନ୍ତି ଆରଜିଭି? ଆରଜିଭିଙ୍କ ସହ କିଏ ଏହି ଓଡ଼ିଆ ଅଭିନେତ୍ରୀ ଯିଏ ସମାନ ଭାବେ ଟ୍ରୋଲ ହେଉଛନ୍ତି ? ଓଡ଼ିଶା ସହ ସମ୍ପର୍କ ଥିବା ଏହି ଅଭିନେତ୍ରୀ ଜଣଙ୍କ ଏମିତି କ’ଣ କରିଛନ୍ତି ଯେ, ସୋସିଆଲ ମିଡିଆରେ ତାଙ୍କ ଫଟୋ ନିଆଁ ଲଗାଇ ଦେଉଛି ?

ବାସ୍ତବିକ କହିବାକୁ ଗଲେ ଏହା କେବଳ ଏକ ଫିଲ୍ମ ପ୍ରମୋସନ ଷ୍ଟଣ୍ଟ ବୋଲି ହିଁ ସିନେ କ୍ରିଟିକ୍ ଓ ନେଟିଜେନ୍ କହୁଛନ୍ତି । କଥା ହେଲା ଓଡ଼ିଆ ଝିଅ ଅପସରା ରାନୀଙ୍କୁ ନେଇ ‘ଥ୍ରୀଲର’ ନାମକ ଏକ ଫିଲ୍ମ ପ୍ରସ୍ତୁତ କରୁଛନ୍ତି ନିର୍ମାତା , ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଆଉ ଏଥିରେ ସେ ଅପସରା ରାନୀଙ୍କୁ ସୁଯୋଗ ଦେଇଛନ୍ତି, ତାଙ୍କୁ ଫିଲ୍ମର ଲିଡ୍ କ୍ୟାରେକ୍ଟରରେ ପରଦାକୁ ଆଣୁଛନ୍ତି ।

ଏବେ କଥା ହେଉଛି ସବୁ କିଛି ଯଦି ଠିକ୍ ଟ୍ରୋଲ ହେବା ପଛର କାରଣ କ’ଣ ? କାରଣ ଏହା ଯେ, ଅତି ଅଳ୍ପ ଦିନରେ ରାମ ଗୋପାଳ ନିଜେ ଅପସରା ରାନୀଙ୍କୁ ନେଇ ଅନେକ ଗୁଡିଏ ଟ୍ୱିଟ୍ କରିଛନ୍ତି । ଅପସରାଙ୍କୁ ଟାଗ୍ କରି କରାଯାଇଥିବା ଏହି ସବୁ ଟ୍ୱିଟରେ ଅପସରାଙ୍କ ଅତ୍ୟାଧିକ ବୋଲ୍ଡ ପିକ୍ଚର ରହିଛି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଏପରିକି କେଇ ଘଣ୍ଟାରେ ଅପସରାଙ୍କ ଯେଉଁଭଳି ଭାବେ ଟ୍ୱିଟର ଫଲୋର୍ସ ସଂଖ୍ୟା ବଢୁଛନ୍ତି ସେହି ଅନୁପାତରେ ସେତିକି ଚର୍ଚ୍ଚାକୁ ଆସିବା ସହ ଟ୍ରୋଲର ଶିକାର ବି ହୋଇଛନ୍ତି ।

ବହୁଦିନ ପରେ ହଠାତ ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାମ ଗୋପାଳ ବର୍ମା । ଫିଲ୍ମ ‘ଥ୍ରୀଲର’ ସହ ଏହି ସବୁ ବୋଲ୍ଡ ଆନ୍ଦାଜର ଫଟୋକୁ ଟ୍ୱିଟ୍, ସେୟାର ଓ ଟାଗ କରିବାକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି ରାମ ଗୋପାଳ ।   

ବିବାଦ ସେତେ ବେଳେ ହେଲା ଯେବେ ଓଡ଼ିଶାକୁ ନେଇ ରାମ ଗୋପାଳ ଟ୍ୱଟରରେ ଏକ ଟିପ୍ପଣି କଲେ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ‘ଅପସରାଙ୍କୁ ଭେଟିବା ପୂର୍ବରୁ, ମୁଁ 1999 ଝଡ଼ ପରଠାରୁ ଓଡ଼ିଶା ବିଷୟରେ କିଛି ଜାଣିନିହାଁ, କିନ୍ତୁ ବର୍ତ୍ତମାନ ତାଙ୍କୁ ଭେଟିବା ପରେ ମୁଁ ଅନୁଭବ କଲି ଯେ ଓଡ଼ିଶା ସବୁ ପ୍ରକାର ଝଡ଼ ସୃଷ୍ଟି କରିଛି । ଏହା ଏକ ବଡ଼ ଖୁଲାସା ଯେ ଓଡ଼ିଶାର ଏପରି ସୌନ୍ଦର୍ଯ୍ୟ ଅଛି’ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: