ବଲିଉଡ ଅପସରୀଙ୍କ ଓଡ଼ିଶା ଲିଙ୍କ: ଚର୍ଚ୍ଚା ସାଙ୍ଗକୁ ଟ୍ୱିଟରରେ ସାଉଁଟୁଛନ୍ତି ଭଲ ପାଇବା

ବଲିଉଡ ଅପସରୀଙ୍କ ଓଡ଼ିଶା ଲିଙ୍କ: ଚର୍ଚ୍ଚା ସାଙ୍ଗକୁ ଟ୍ୱିଟରରେ ସାଉଁଟୁଛନ୍ତି ଭଲ ପାଇବା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଅଳ୍ପ ଘଣ୍ଟାରେ ସେ ପାଇଛନ୍ତି ପ୍ରଶଂସକଙ୍କଠୁ ଢେର ସାରା ପ୍ରଶଂସା, ଶୁଭେଚ୍ଛା ଓ ଭଲ ପାଇବା । ଅବଶ୍ୟ ସମାଲୋଚକଙ୍କ ସଂଖ୍ୟା ମଧ୍ୟ ସେତେ ଅଧିକ । ତଥାପି ସେ ଟ୍ରୋଲଙ୍କ କଥାରେ ନ ପଡ଼ି ନିଜୟ କ୍ୟାରିଅର ପ୍ରତି ଅଧିକ ଦୃଷ୍ଟି ଦେଇଛନ୍ତି । ହଁ, ଆମେ କହୁଛୁ ବଲିଉଡ ଅଭିନେତ୍ରୀ ଅପସରା ରାନୀଙ୍କ କଥା । ଯାହାଙ୍କ ଲିଙ୍କ ରହିଛି ଓଡ଼ିଶା ସହ । ଅପ୍‌ସରା ଓଡ଼ିଶାର। ତେବେ ସେ ଡେରାଡୁନ୍‌ରେ ଜନ୍ମ ହୋଇଛନ୍ତି ଓ ସେଠାରେ ବଢ଼ିଛନ୍ତି। ତାଙ୍କର ପଢ଼ାପଢ଼ି ବି ସେଠି ହୋଇଛି। ଏବେ ସେ ହାଇଦ୍ରାବାଦରେ ରହୁଛନ୍ତି। ସେ ‘ଉଲାଲା ଉଲାଲା’ ଓ ‘ଫୋର୍ ଲେଟର୍ସ’ ଭଳି ତେଲୁଗୁ ଫିଲ୍ମରେ କାମ କରିଛନ୍ତି।

ଅପସରା ଏଥିପାଇଁ ଚର୍ଚ୍ଚାରେ କାହିଁକି ନା ସେ ନିର୍ଦ୍ଦେଶକ ଓ ପ୍ରଯୋଜକ ରାମ ଗୋପାଳ ବର୍ମାଙ୍କ ‘ଥ୍ରୀଲର୍‌’ ଫିଲ୍ମରେ ଲିଡ୍ ରୋଲ୍ ରେ ନଜର ଆସୁଛନ୍ତି । ଆଉ ତାଙ୍କୁ ନେଇ ଅନେକ ଟ୍ୱିଟ୍ କରିଛନ୍ତି ରାମ ଗୋପାଳ । ଆଉ ଏହା ପରେ ରାମ ଗୋପାଳ ବର୍ମାଙ୍କ ଏହି ନୂଆ ହିରୋଇନ୍ ଏବେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟି ଯାଇଛନ୍ତି। ତାଙ୍କ ଫଟୋ ଖୁବ୍ ଭାଇରାଲ୍‌ ହେଉଛି। ରାମ ଗୋପାଳ ବର୍ମା ମଧ୍ୟ ଅପ୍‌ସରାଙ୍କ ଉପରେ ବେଶ୍ ଫିଦା ଓ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

ରାମ ଗୋପାଳ ବର୍ମା ସୋମବାର ଟ୍ୱିଟ୍ କରି ଲେଖିଥିଲେ- ଆର୍‌ଜିବି ୱାର୍ଲ୍ଡ ଥିଏଟରର ପରବର୍ତ୍ତୀ ଫିଲ୍ମରେ ଅପ୍‌ସରା ରାଣୀ ହିରୋଇନ୍ ହେବେ। ଏହି ଫିଲ୍ମର ନାଁ ହେଉଛି ‘ଥ୍ରୀଲର’। ଏହା ପରେ ସେ ଅପ୍‌ସରାଙ୍କ କିଛି ଫଟୋ ଶେଆର କରିଥିଲେ। ରାମୁଙ୍କ କହିବା ଅନୁଯାୟୀ, ଅପ୍‌ସରା ଜଣେ ବହୁତ ବଢ଼ିଆ ନୃତ୍ୟଶିଳ୍ପୀ। ତା’ ସହିତ ସେ ଜଣେ ଖୁବ୍ ଭଲ ଅଭିନେତ୍ରୀ।

ତେବେ ସବୁ ଚର୍ଚ୍ଚା ଭିତରେ ଗୋଟିଏ ପ୍ରମୁଖ କଥା ରାମ ଗୋପାଳଙ୍କ ଟ୍ୱିଟକୁ ନେଇ । ଟ୍ୱିଟ ଅନୁଯାୟୀ 1999 ମହାବାତ୍ୟାକୁ ଛାଡ଼ି ଦେଲେ ଏଇ ଝିଅଟି ଯୋଗୁ ହିଁ ରାମ ଗୋପାଳ ବର୍ମା ଓଡ଼ିଶାର ନାଁ ଦ୍ବିତୀୟଥର ପାଇଁ ଶୁଣିଛନ୍ତି, ଅନ୍ୟଥା ଓଡ଼ିଶା ବୋଲି ଯେ ଗୋଟେ ରାଜ୍ୟ ଅଛି, ସେଇଟା ସିଏ ଭୁଲି ହିଁ ଯାଇଥିଲେ।ସାରାଂଶ ହେଲା, ରାମୁଙ୍କ ଯୁକ୍ତି ଅନୁଯାୟୀ ଏକମାତ୍ର ଏଇ ଝିଅଟି ଯୋଗୁ ହିଁ ଓଡ଼ିଶା ସାମାନ୍ୟ ଟିକେ ଖବରକୁ ଆସିଲା, ଅନ୍ୟଥା ଓଡ଼ିଶାକୁ ସିଏ ଧର୍ତ୍ତବ୍ୟରେ ଧରନ୍ତିନି । ଏହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଯାଇଛି ।

କିଏ କହୁଛି, ଫଟୋଗୁଡିକ ସାଂଘାତିକ ଭାବେ ଚମତ୍କାର ହେଇଛି। ଇଂରାଜୀରେ କହିପାରିବା, ଫାବୁଲସ୍। ରାମୁର ପୋଟଳଚିରା ଆଖି ଦିଟା ଠିକ୍ ଦେଖିଛି। ନିନ୍ଦୁକଂକ ପାଇଁ, “ଦୃଷ୍ଟି ବଦଳାଇଲେ ସୃଷ୍ଟି ବଦଳିବ”।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: