‘ଦିଲ୍ ବେଚାରା’ ଟ୍ରେଲର VS ‘ଆଭେଞ୍ଜର୍ସ ଏଣ୍ଡଗେମ୍’

‘ଦିଲ୍ ବେଚାରା’ ଟ୍ରେଲର VS ‘ଆଭେଞ୍ଜର୍ସ ଏଣ୍ଡଗେମ୍’

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ସିନେମା ‘ଦିଲ୍ ବେଚାରା’ର ଟ୍ରେଲର ଗତ ୬ ଜୁଲାଇରେ ରିଲିଜ ହୋଇଛି । ଏହି ସିନେମାରେ ସୁଶାନ୍ତଙ୍କ ସହ ସଂଜନା ସାଙ୍ଘି ଲିଡ୍ ରୋଲରେ ଅଛନ୍ତି। ତେବେ ଏହି ଟ୍ରେଲର ରିଲିଜ ହେବାର ଏକ ଘଣ୍ଟାରେ ୧ ମିଲିୟନ ଲାଇକ୍ ପାର୍ କରିଥିଲା । ବିଶ୍ୱର ପ୍ରଥମ ଭିଡିଓ ଭାବେ ଏହା ଏତେ କମ୍ ସମୟ ମଧ୍ୟରେ ଏତେ ସଂଖ୍ୟକ ଲାଇକ୍ ପାଇ ରେକର୍ଡ କରିଛି । ତେବଳ ଏତିକି ନୁହେଁ, ଆହୁରି ଅନେକ ରେକର୍ଡକୁ ଇତି ମଧ୍ୟରେ ଭାଙ୍ଗି ସାରିଛି ‘ଦିଲ୍ ବେଚାରା’ର ଟ୍ରେଲର। ୨୪ ଘଣ୍ଟା ମଧ୍ୟରେ ହଲିଉଡ ଫିଲ୍ମ ସିରିଜ ‘ଆଭେଞ୍ଜର୍ସ ଏଣ୍ଡଗେମ୍’ର ରେକର୍ଡ ଭାଙ୍ଗି ଦେଇଛି ଏହି ଟ୍ରେଲର । ଏକ ମିଡିଆ ରିପୋର୍ଟ ମୁତାବକ, ଆଭେଞ୍ଜର୍ସ ଏଣ୍ଡଗେମକୁ ଏପର୍ଯ୍ୟନ୍ତ ୨.୬ ମିଲିୟନ ଲାଇକ୍ ମିଳିଥିବାବେଳେ ମାତ୍ର ୨୪ ଘଣ୍ଟାରେ ଦିଲ୍ ‘ବେଚାରା’ ଟ୍ରେଲରକୁ ୪.୫ ମିଲିୟନ ଲାଇକ୍ସ ମିଳିଛି । ଏବେ ସୁଦ୍ଧା ଏହି ଟ୍ରେଲରକୁ ୩୫ ମିଲିୟନରୁ ଅଧିକ ଲାଇକ୍ସ ମିଳି ସାରିଲାଣି ।

ଆଭେଞ୍ଜର୍ସ ଏଣ୍ଡଗେମ୍ ରେକର୍ଡ ଭାଙ୍ଗିଲା ‘ଦିଲ୍ ବେଚାରା’ ଟ୍ରେଲର

ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ପ୍ରସିଦ୍ଧ ଲେଖକ ଜନ୍ ଗ୍ରୀନଙ୍କ ଲୋକପ୍ରିୟ ଉପନ୍ୟାସ ‘ଦି ଫଲ୍ଟ ଇନ୍ ଆୱାର୍ ଷ୍ଟାର୍ସ’ ଉପରେ ଆଧାରିତ । ଦୁଇ ଜଣ ସାଧାରଣ ଯୁବକ ଓ ଯୁବତୀଙ୍କ ଏକ ଅସାଧାରଣ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି । ଆସନ୍ତା ୨୪ ତାରିଖରେ ଏହି ସିନେମା ରିଲିଜ ହେବ । ଡିସନୀ ପ୍ଲସ୍ ହଟଷ୍ଟାରରେ ଏହି ଫିଲ୍ମ ରିଲିଜ ହେବ । ତେବେ ଫ୍ୟାନ୍ସଙ୍କ ପାଇଁ ଡିସନି ପ୍ଲସ୍ ହଟଷ୍ଟାର ମାଗଣାରେ ଏହି ଫିଲ୍ମ ରିଲିଜ କରିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: