ଡିପ୍ରେସନ ନେଇପାରେ ଆପଣଙ୍କ ଜୀବନ; ମନକୁ ଦୃଢ଼ କଲେ ବଞ୍ଚିଯିବେ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଏ ଯାଏ ଦେଶରେ ନିଆଁ ଭଳି ତାଜା ରହିଛି । ଆଉ ଆତ୍ମହତ୍ୟାର କାରଣ ପ୍ରକୃତରେ ଡିପ୍ରେସନ୍ ନା ପ୍ରଫେସନାଲ ତାହାର ବି ଯାଞ୍ଚ ଚାଲିଛି । ଲୋକେ କିନ୍ତୁ ଗ୍ରହଣ କରିନେଇଛନ୍ତି ଯେ, ଡିପ୍ରେସନ କାରଣରୁ ହିଁ ସୁଶାନ୍ତ ସବୁ ଦିନ ପାଇଁ ଆମ ସମସ୍ତଙ୍କୁ ପର କରି ଚାଲିଯାଇଛନ୍ତି । ତେବେ ସତରେ କଣ ଡିପ୍ରେସନ ଏତେ ମାରାତ୍ମକ ହୋଇପାରେ ? ହଁ କେମିତି ଜାଣନ୍ତୁ …..
ଆପଣ ଜାଣନ୍ତି ବଲିଉଡ୍ ର ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଡିପ୍ରେସନ ରହି ସେଥିରୁ ମୁକୁଳିଥିବା କଥା ସର୍ବସମ୍ମୁଖରେ ମାନିଛନ୍ତି । ବଲିଉଡର ଆଗଧାଡ଼ିର ଯୁବ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଡିପ୍ରେସନ ବୋଲି କୁହାଯାଉଛି। ଏହାପରେ ଜଣକ ପରେ ଜଣଙ୍କର ଡିପ୍ରେସନକୁ ନେଇ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଏମିତିକି ନିଜେ ଡିପ୍ରେସନର ଶିକାର ହୋଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଦୀପିକାଙ୍କ ଏହି ଟୁଇଟକୁ ନେଇ ଟୁଇଟରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଟୁଇଟର ୟୁଜର ଡିପ୍ରେସନକୁ ନେଇ ନିଜର ଅନୁଭୂତି ସେୟାର କରିଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ପରେ ଦୀପିକା ଏହି ଟୁଇଟ୍ କରିଥିଲେ। ସୁଶାନ୍ତ ଗତ ରବିବାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ। ସୋମବାର ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ଡିପ୍ରେସନ କ’ଣ?
ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ସାଧାରଣତଃ ବିଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା ।
ମାତ୍ର ଏବେ ଏହା ଏକ ପ୍ରକାର ରୋଗରେ ପରିଣତ ହୋଇଯାଇଛି । ବିଷାଦ ଯଦିଓ ଏକ ମାନସିକ ସ୍ଥିତି ହୋଇଥାଇପାରେ ତେବେ ଏହାର କିଛି ଶାରୀରିକ ଲକ୍ଷଣ ମଧ୍ୟ ରହିଛି । ମାନସିକ ଲକ୍ଷଣ ସଙ୍ଗେ ସଙ୍ଗେ ଯଦି ଏହାର ଶାରୀରିକ ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ ତେବେ ଏହାକୁ ଚିହ୍ନଟ କରିବା ସହିତ ଏହାର ଆଂଶୁ ଚିକିତ୍ସା କରାଯାଇ ପାରିବ ।
ବିଷାଦଗ୍ରସ୍ତ ବ୍ୟକ୍ତି ବିଶେଷ ସାଧାରଣତଃ ଚୁପ୍ ଚାପ୍ , ନୀରାଶ ଏବଂ ନକରାତ୍ମକ ଚିନ୍ତାର ବଶବର୍ତ୍ତୀ ହୋଇଥାନ୍ତି । ମାନସିକ ଦୁଃଶ୍ଚିନ୍ତା ସହ ଆନୁବାଂଶିକତା, ଅଧିକ ପରିଶ୍ରମ, ପାରିବାରିକ ସମସ୍ୟା,ଖରାପ ପରିବେଶ ଏବଂ ଏକୁଟିଆ ରହିବା ଆଦି ବିଷାଦ ବା ଡିପ୍ରେସନର ପ୍ରମୁଖ କାରଣ ଅଟେ ।
ଯଦି ଏହାକୁ ଦୀର୍ଘ ସମୟ ଧରି ଅଣଦେଖ କରାଯାଏ । ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଛ’ଟି ମୁଖ୍ୟ ଶାରୀରିକ ଲକ୍ଷଣ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ ପାଇଁ ସହାୟକ ହେବ ।
ମାନସିକ ସ୍ଵାସ୍ଥ୍ୟ ସମସ୍ୟା
ସ୍ୱାସ୍ଥ୍ୟ ସମସ୍ୟା କହିଲେ ଆମେ ଶାରୀରିକ ସମସ୍ୟା ଦିଗ ପ୍ରତି ଦୃଷ୍ଟିପାତ କରିଥାଉ । ମାତ୍ର ମାନସିକ ସ୍ଵାସ୍ଥ୍ୟ ସମସ୍ୟା ଆବହମାନ କାଳରୁ ଗୌଣ ହୋଇ ରହିଛି । ଏକବିଂଶ ଶତାବ୍ଦୀରେ ମାନସିକ ସ୍ଵାସ୍ଥ୍ୟ ସମସ୍ୟା ଆଧୁନିକ ମଣିଷ ପାଇଁ ଆହ୍ଵାନ ସୃଷ୍ଟି କରିଛି । ବର୍ତ୍ତମାନ ସମୟରେ ଏହାକୁ ପ୍ରତିହତ କରିବା ଲାଗି ଆମ ଦେଶରେ ସଚେତନତାର ଅଭାବ ରହିଛି । ପାରମ୍ପରିକ ଗୁଣି ଗାରେଡ଼ି ଉପରେ ବିଶ୍ୱାସ, ଲୋକଲଜ୍ଜା ବା ସାମାଜିକ ବାସନ୍ଦ ହେତୁ ବହୁ ଲୋକ ମନୋଚିକିତ୍ସକଙ୍କ ସହିତ ପରାମର୍ଶ କରିବା ପାଇଁ କୁଣ୍ଡା ପ୍ରକାଶ କରୁଛନ୍ତି । ତେଣୁ ଏହି ରୋଗ ଦ୍ଵାରା ଆକ୍ରାନ୍ତ ହେଉଥବା ବ୍ୟକ୍ତି ଠିକଣା ସମୟରେ ଅଭିଜ୍ଞ ଚିକିତ୍ସକଙ୍କ ନିକଟରେ ପହଞ୍ଚିପାରୁ ନାହାନ୍ତି ।

ଡିପ୍ରେସନ୍
ମାନସିକ ରୋଗ ମଧରେ ଡିପ୍ରେସନ୍ ବା ବିଷାଦ ରୋଗ ସଦ୍ୟତମ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି । ଫଳରେ “ଡବ୍ଲ୍ୟୁଏଚ୍3′ ବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହି ରୋଗର ଭୟାବହତା ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି । ବିଶ୍ଵର ୩୦୦ ମିଲିୟନ୍ ଲୋକ ଏବେ ଏହି ରୋଗରେ ଆକ୍ରାନ୍ତ ଏବଂ ୨୦୦୫-୨୦୧୫ ମଧ୍ୟରେ ଏହା ୧୮% ବୃଦ୍ଧି ପାଇ ମାନବ ସମାଜ ପାଇଁ ଏକ ଆହ୍ଵାନ ସୃଷ୍ଟି କରିଛି । ତେଣୁ ଏହି ରୋଗରୁ କିପରି ନିରାକରଣ ମିଳିବ ସେ ସମ୍ବନ୍ଧରେ ଆଲୋଚନା ହେବା ଆବଶ୍ୟକ । ଏପ୍ରିଲ ୭ ତାରିଖ ‘ବିଶ୍ଵ ସ୍ଵାସ୍ଥ୍ୟ ଦିବସ’ । ପ୍ରତିବର୍ଷ ପାଳିତ ହୋଇ ଆସୁଥବା ଏହି ଦିବସର ଚଳିତବର୍ଷ ବିଷୟ ହେଉଛି ବିଷାଦ ରୋଗ ବା ଡିପ୍ରେସନ୍ । ଆମ ସମାଜକୁ କବଳିତ କରିବାର କାରଣ ଓ ନିରାକରଣ ସମ୍ବନ୍ଧରେ ସମ୍ୟାକ୍ ପର୍ଯ୍ୟାଲୋଚନା କରିବା, ସଚେତନ ହେବା ଏବଂ ନିକଟବର୍ତ୍ତୀ ଲୋକଙ୍କୁ ସଚେତନ କରାଇବା ଅପରିହାର୍ଯ୍ୟ ହୋଇପଡ଼ିଛି ।

ଅବସାଦ ବା ଡିପ୍ରେସନ୍ ଏକ ସାଧାରଣ ମାନସିକ ରୋଗ ଏବଂ ଏହାର ଲକ୍ଷଣଗୁଡ଼ିକ ହେଲା ବ୍ୟକ୍ତି ପ୍ରତିଯୋଗିତାରୁ ହାରି ଦୁଃଖ ପ୍ରକାଶ କରିବା, ରଚନାତ୍ମକ କାର୍ଯ୍ୟରେ ମନ ନ ଲାଗିବା, ନିଜକୁ ହୀନ ମନେକରିବା, ଭୋକ ନ ହେବା, ମନୋରଞ୍ଜନ କାର୍ଯ୍ୟରେ ଭାଗ ନେବା ପାଇଁ ଅନିଚ୍ଛା ପ୍ରକାଶ କରିବା,

କିଛି କାମ କରିବା ପାଇଁ ଇଚ୍ଛା ନ ହେବା, ପୁରଣ ଶକ୍ତ କମିଯିବା, ନିଜକୁ ଆଘାତ କରିବା ପାଇଁ ଇଚ୍ଛା ହେବା, ଛୋଟଛୋଟ କଥାରେ ବହୁତ ବ୍ୟସ୍ତ ବା ବିବ୍ରତ ହୋଇଯିବା, ହଠାତ୍ ଅଣନିଃଶ୍ଵାସୀ ହୋଇପଡ଼ିବା, ମରିଯିବାର ଭୟ ହେବା, ଛାତି ଧଡ଼ ଧଡ଼ ହେବା, ଝାଳ ଅଧିକ ପରିମାଣରେ ବାହାରିବା ଇତ୍ୟାଦି । ତୁଳନାତ୍ମକ ଦୃଷ୍ଟିରୁ ଚିନ୍ତା କଲେ, ମହିଳାମାନଙ୍କୁ ଏହି ରୋଗରେ ଅଧିକ ଆକ୍ରାନ୍ତ ହେବାର ଦେଖିବାକୁ ମିଳେ । ବିଷାଦ ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ଏହା ପରିବାରର ନଜରକୁ ଆସିଥାଏ । ତେଣୁ ପରିବାର ଲୋକଙ୍କ ଗୁରୁ ଦାୟିତ୍ଵ ହେଲା ସେମାନେ ଯଥା ସାଧ୍ୟ ତା’ ସହିତ ଗପିବା, ସେହ ଆଦର କରିବା ଓ ତା’ର ଦୁଃଖ ସମ୍ବନ୍ଧରେ ବୁଝିବା ଉଚିତ ।

କେତେକ ସାମାଜିକ ସମସ୍ୟା ମଧ୍ୟ ମଣିଷକୁ ଆମ୍ବହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥାଏ । ଯଥାଯୌତୁକ ନିର୍ଯାତନା, ପରୀକ୍ଷାରେ ଫେଲ୍ ହେବା, ବୈବାହିକ ସମସ୍ୟା, କିଶୋରାବସ୍ଥାରେ ପ୍ରେମଜନିତ ଅସଫଳତା, ସମାଜରୁ ଅଲଗା ହୋଇ ରହିବା, ଯୁବପିଢ଼ିମାନଙ୍କର ବେକାରି ସମସ୍ୟା, ଆର୍ଥିକ ସମସ୍ୟା, ମାତ୍ରାଧକ ବିଳାସମୟ ଜୀବନର ଇଚ୍ଛା, ବଳାକାର, ଶୋଷଣ, ମାତ୍ରାଧକ ରଣଭର, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି, ଅପ୍ରତ୍ୟାଶିତ ସାମାଜିକ ଅପଯଶ । ବିଷାଦ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଜଣକ ଦୁଃଖ କାରଣରୁ ସହଜରେ ପ୍ରକାଶ କରିପାରେ ନାହିଁ । ସେ ଭୟଭୀତ ହୋଇଥାଏ ଯେ, ମୋର ଦୁଃଖର କାରଣ ଜାଣିଲେ କିଏ କାଳେ ଥଟ୍ଟା କରିବ, କିଏ କାଳେ ଫାଇଦା ନେବ, କିଏ କାଳେ ତାକୁ ହୀନ ଚକ୍ଷୁରେ ଦେଖୁବ, ଏହି ଅଜଣା ଭୟରେ ସେ ଆକ୍ରାନ୍ତ ହୋଇଥାଏ ।

‘ଡିପ୍ରେସନ୍ ଲୋଟ୍ ଅସ୍ ଟକ୍ ହେଉଛି ଅମୋଘ ଔଷଧ, ଯାହା ବିଷାଦ ରୋଗ କ୍ଷେତ୍ରରେ ଭଲ କାମ ଦେଇଥାଏ । ଯଦି ଏହି ବିଷାଦ ରୋଗ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିରହେ, ତେବେ ମନୋଚିକିତ୍ସକଙ୍କ ପରାମର୍ଶ ନେଇ ଔଷଧ ସେବନ କରିବା ଆବଶ୍ୟକ । କାରଣ ବହୁ ଲୋକ ବିଷାଦ ରୋଗ କାରଣରୁ “ଆତ୍ମହତ୍ୟା’ କରିଥାନ୍ତି । ଏବେ ଯୁବ ଓ ମଧ୍ୟମ ବର୍ଗଙ୍କ ମଧ୍ୟରେ

କରିବାର ଦେଖୁବାକୁ ମିଳୁଛି। ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ବିଷାଦ ରୋଗ ଯୋଗୁ ହିଁ କରିଥାନ୍ତି । ତେଣୁ ପ୍ରାରମ୍ଭିକ ଅବସ୍ଥାରେ ସଚେତନତା ଓ ଚିକିତ୍ସା ଦ୍ଵାରା ଏଥରୁ ମୁକ୍ତ ମିଳିବା ନିଶ୍ଚିତ । ଏହି ରୋଗର ନିରାକରଣ ପାଇଁ ପଥ ଚୟନ ପୂର୍ବକ ସଚେତନତା ଓ ଉପଯୁକ୍ତ ପରାମର୍ଶ ଦେଲେ ଜନସାଧାରଣଙ୍କର ମଙ୍ଗଲ ଦେବ ।ଆମେ ସମସ୍ତେ ମନେରଖିବା ଉଚିତ୍ ଦୁଃଖ ଯେତେ ଅଧିକ ହେଉନା କାହିଁକି ସର୍ବଦା କ୍ଷଣସ୍ଥାୟୀ ଏବଂ ସବୁ ସମସ୍ୟା ସମାଧାନ ରହିଛି କିନ୍ତୁ ଆତ୍ମହତ୍ୟା ନୁହେଁ ।

Leave a Reply

Your email address will not be published.