ଏହି ଦେଶରେ ଚାଉଳ କିଲୋ ୫୦୦ରେ ପହଞ୍ଚିଲାଣି

ଏହି ଦେଶରେ ଚାଉଳ କିଲୋ ୫୦୦ରେ ପହଞ୍ଚିଲାଣି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶଛୁଆଁ ହୋଇଛି। ଫଳରେ ଲୋକଙ୍କ ମଧ୍ୟରେ ଖାଦ୍ୟ ସାମଗ୍ରୀକୁ ନେଇ ହାହାକାର ସୃଷ୍ଟି ହୋଇଛି। ଏବେ ଶ୍ରୀଲଙ୍କାରେ ଏକ କିଲୋଗ୍ରାମ ଚାଉଳର ଦାମ ୫୦୦ ଟଙ୍କାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ସ୍ଥାନୀୟ ମିଲ ମାଲିକମାନଙ୍କ ଅନୁସାରେ ଏକ କିଲୋଗ୍ରାମ ଚାଉଳର ଦାମ୍‌ ଖୁବ୍‌ ଶୀଘ୍ର ୫୦୦ ଟଙ୍କା ଛୁଇଁବାର ଆଶଙ୍କା ରହିଛି।ବର୍ତ୍ତମାନ ଶ୍ରୀଲଙ୍କାରେ ଭଡାପାଥୁ କିସମର ଏକ କିଲୋଗ୍ରାମ ଚାଉଳ ଦାମ ୨୦୦ ଟଙ୍କା ରହିଛି। ବର୍ତ୍ତମାନ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ସ୍ତର ଚଳିତ ବର୍ଷ ଜାନୁୟାରୀ ଠାରୁ ସର୍ବୋଚ୍ଚ ସ୍ତରକୁ ଛୁଇଁଛି।

ତେଣୁ, ଜରୁରୀ ସାମଗ୍ରୀଗୁଡ଼ିକର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ।ପରିସ୍ଥିତି ଏପରି ଯେ ଗରିବଙ୍କ ବଞ୍ଚିବା ପାଇଁ ବ୍ୟବହୃତ ଗହମ ଏବଂ ଚାଉଳ ଭଳି ଖାଦ୍ୟ ସାମଗ୍ରୀର ମୂଲ୍ୟ ଲଗାତାର ବଢ଼ିବାରେ ଲାଗିଛି। ଶ୍ରୀଲଙ୍କାରେ ଗହମର ଦାମ୍‌ ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଦେଶରେ ବଢୁୁଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଅଧିକାଂଶ ଦୋକାନୀ ଗହମ ଅର୍ଡର ଏବଂ ବିକ୍ରୟ ବନ୍ଦକରି ଦେଇଛନ୍ତି। ସ୍ଥାନୀୟ ଦୋକାନୀମାନେ କହିଛନ୍ତି ଯେ ଏହି ସମୟରେ ଶ୍ରୀଲଙ୍କାରେ ଚାଉଳ ତୁଳନାରେ ଗହମର ମୂଲ୍ୟ ବୃଦ୍ଧି ଯୋଗୁ ସେମାନେ ଗହମ ଅର୍ଡର କରିଥିଲେ। ଏବେ ସେମାନଙ୍କ ଦୋକାନ ମଧ୍ୟ ବନ୍ଦ ହେବାକୁ ଯାଉଛି।

ସୂଚନାଯୋଗ୍ୟ,ଶ୍ରୀଲଙ୍କାର ସଙ୍କଟ ସମୟରେ ଭାରତ ଲଗାତାର ସହାୟତା ଯୋଗାଣ ଜାରି ରଖିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: