ବଦଳିଲା ରାଷ୍ଟ୍ରପତିଙ୍କ ରହଣି ସ୍ଥାନ

ବଦଳିଲା ରାଷ୍ଟ୍ରପତିଙ୍କ ରହଣି ସ୍ଥାନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଷ୍ଟ୍ରପତି ରାମନାମ କୋବିନ୍ଦ ପୁରୀ ଆସିବା ନେଇ ଚାଲିଛି ଜୋରସୋର ଆୟୋଜନ। ତେବେ ବଦଳିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରହଣି ସ୍ଥଳ । ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଗଭର୍ଣ୍ଣର ହାଉସ ପରିବର୍ତ୍ତେ ଏକ ଘରୋଇ ହେଟୋଲରେ ରହିବେ ।ରାଷ୍ଟ୍ରପତିଙ୍କ ପ୍ରୋଟକଲ ଅନୁସାରେ ଗଭର୍ଣ୍ଣର ହାଉସରେ ଆବଶ୍ୟକତା ଆବଶ୍ୟକ ଏକମୋଡେସନ ବ୍ୟବସ୍ଥା ଓ ବ୍ଲୁ ବୁକ୍ ସୁରକ୍ଷା ଦୃଷ୍ଟିକୋଣରୁ ଘରୋଇ ହୋଟେଲରେ ରାଷ୍ଟ୍ରପତି ରହିବେ ବୋଲି ଜଣାପଡିଛି ।ଏନେଇ ରାଷ୍ଟ୍ରପତି ଭବନରୁ ସୂଚନା ମିଳିଥିବା କହିଛନ୍ତି ଜିଲ୍ଲାପାଳ । ଏନେଇ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ପୁରୀ ହେଲିପ୍ୟାଡରେ ମକଡ୍ରିଲ କରିଛି । ୬ ଜଣିଆ ସଦସ୍ୟ ହେଲିକପ୍ଟରରେ ପହଁଞ୍ଚି ରେଡିଓ ଫ୍ରିକ୍ୱେନ୍ସି ଟେଷ୍ଟି କରିବା ସହିତ ଲ୍ୟାଣ୍ଡିଙ୍କ ଉପରେ ବୈଷୟିକ ପରୀକ୍ଷଣ କରିଛନ୍ତି ବୋଲି ସୂଚନା ମିଳିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: