ଡିଏସପି ଭାବେ ଯୋଗଦେବେ ବିରେନ୍ଦ୍ର ଲାକ୍ରା

ଡିଏସପି ଭାବେ ଯୋଗଦେବେ ବିରେନ୍ଦ୍ର ଲାକ୍ରା

ପ୍ରିଜମ ନ୍ୟୁଜ ବ୍ୟୁରୋ: ହକି ତାରକାଙ୍କ ପୋଲିସ ବିଭାଗରେ ଏଣ୍ଟ୍ରି। ଓଡ଼ିଶା ପୋଲିସର ଡିଏସପି ପଦରେ ଯୋଗ ଦେଲେ ଟୋକିଓ ଅଲମ୍ପିକ୍ସର ଓଡ଼ିଆ ହକି ତାରକା ବିରେନ୍ଦ୍ର ଲାକ୍ରା । ବିରେନ୍ଦ୍ର ଲାକ୍ରା ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ତାଙ୍କୁ ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ ପୋଲିସ ଡିଏସପି ପଦରେ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗୁରବାର ବିଧିବଦ୍ଧ ଭାବେ ବିରେନ୍ଦ୍ର ଲାକ୍ରାଙ୍କୁ ପୋଲିସ ଡିଏସପିଭାବେ ନିଯୁକ୍ତ କରାଯାଇଛି । ହକି କ୍ଷେତ୍ରରେ ଲାକ୍ରା ସାରା ବିଶ୍ୱରେ ନିଜ ନାଁକୁ ପରିଚିତ କରାଇଛନ୍ତି । ପୂର୍ବରୁ ତାଙ୍କୁ ଅର୍ଜ୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ଏବଂ ଦେଶର ସର୍ବଶ୍ରେଷ୍ଠ ଓ ଉତ୍ତମ ଖେଳାଳୀ ଭାବେ ମଧ୍ୟ ତାଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: