ବଢିଲା ଗର୍ଭପାତ ସମୟ, ଗର୍ଭପାତ କରିପାରିବେ ଏହି ସମସ୍ତ ମହିଳା

ବଢିଲା ଗର୍ଭପାତ ସମୟ, ଗର୍ଭପାତ କରିପାରିବେ ଏହି ସମସ୍ତ ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଢିଲା ଗର୍ଭ ପାତର ସମୟ। ଦେଶରେ ଗର୍ଭ ଧାରଣର ୨୪ ସପ୍ତାହ ଯାଏ ଗର୍ଭପାତ କରିହେବ ବୋଲି କେନ୍ଦ୍ର ସରକାର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଏହା ୨୦ ସପ୍ତାହ ଥିଲା। ତେବେ ଏହି ପରିବର୍ତ୍ତିତ ନିୟମ କେବଳ କିଛି ନିର୍ଦ୍ଦିଷ୍ଟ ବର୍ଗର ମହିଳାଙ୍କ ପାଇଁ ଲାଗୁ ହେବ। ଅନ୍ୟମାନଙ୍କ ପାଇଁ ପୂର୍ବଭଳି ୨୦ ସପ୍ତାହର ମାନଦଣ୍ଡ ରହିଛି। ଗର୍ଭ ଧାରଣର ୨୦ ସପ୍ତାହ ପରେ କୌଣସି ସାଧାରଣ ମହିଳା ଗର୍ଭପାତ କଲେ ତାହା ଅପରାଧ ଭାବେ ଗଣା ହେବ।
Medical Termination of Pregnancy (Amendment) Rules, 2021 ଅନୁଯାୟୀ, କେବଳ ଯୌନ ଶୋଷଣ, ଦୁଷ୍କର୍ମ ପୀଡ଼ିତା, ନାବାଳିକା, ଗର୍ଭବତୀ ଥିବା ବେଳେ ବିଧବା, ମାନସିକ ରୋଗରେ ଆକ୍ରାନ୍ତ କିମ୍ବା ବିବାହ ବିଚ୍ଛେଦ ହେଉଥିବା ମହିଳା ଓ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଗର୍ଭପାତର ଅବଧିକୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଛି। ଯଦି କୌଣସି ମହିଳା ଏହି ଭଳି ଜରୁରୀ କାଳୀନ ସ୍ଥିତିରେ ରହିଛନ୍ତି ତେବେ ସରକାରଙ୍କଠାରୁ ଅନୁମତି ମିଳିବା ପରେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇପାରିବେ। ଚଳିତ ବର୍ଷ ମାର୍ଚ୍ଚରେ ଏସଂକ୍ରାନ୍ତ ବିଲ୍‌ ସଂସଦରେ ପାରିତ ହୋଇଥିଲା। ଏବେ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନୂଆ ନିୟମରେ ୨୪ ସପ୍ତାହ ପରେ ମଧ୍ୟ ଗର୍ଭପାତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ହେଲେ ଏଥିପାଇଁ ରାଜ୍ୟସ୍ତରୀୟ ମେଡିକାଲ ବୋର୍ଡର ନିଷ୍ପତ୍ତି ଜରୁରୀ। ମହିଳାଙ୍କ ସ୍ୱାସ୍ଥ୍ୟ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ରାଜ୍ୟ ମେଡିକାଲ ବୋର୍ଡ ହିଁ ଗର୍ଭପାତ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ତେବେ ଏହି ବିଜ୍ଞପ୍ତିକୁ ଅନେକ ମହଲରେ ସ୍ବାଗତ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: