ମନୀଷ ଦାସ ମୃତ୍ୟୁ ମାମଲା: ବିଲ୍ ପାଇଁ ଲାଗିଥିଲା ବଚସା, ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ!

ମନୀଷ ଦାସ ମୃତ୍ୟୁ ମାମଲା: ବିଲ୍ ପାଇଁ ଲାଗିଥିଲା ବଚସା, ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁ ମାମଲାରେ ଖୋଲୁଛି ଗୁମର । ସେଦିନ ରାତିରେ ଲିଟୁ ଓ ମୁନ୍ନା କେଉଁଠି ରହିଥିଲେ ତାର ପ୍ରମାଣ ଲାଗିଛି ପୋଲିସ ହାତରେ । ହୋଟେଲ ସାଉଥ୍ ସିଟିରୁ ବାହାରି ୨ ସନ୍ଦିଗ୍ଧ ୟୁନିଟ୍ ୪ ହୋଟେଲ ସ୍ବାଗତ ପ୍ୟାଲେସକୁ ଯାଇଥିଲେ ବୋଲି ଜଣାପଡିଛି। ଭୋର ୫ଟା ୩୦ ମିନିଟରେ ଲିଟୁ ଓ ମୁନ୍ନା ହୋଟଲ ସସ୍ବାଗତ ପ୍ୟାଲେସରେ ଆସି ପହଞ୍ଚିଥିଲେ । ୪ଟା ୧୨ରେ ମନୀଷଙ୍କ ଫୋନରେ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ ମୁନ୍ନା । କଥା ହେବା ପରେ କାର୍ ଯୋଗେ ହିମାଂଶୁ, ଲିଟୁ ଓ ମୁନ୍ନାଙ୍କୁ ହୋଟେଲରେ ପହଞ୍ଚାଇଥିଲେ । ସକାଳ ୫ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଯାଏଁ ଉଭୟ ସେହି ହୋଟେଲରେ ରହିଥିଲେ । ଅନ୍ୟ ପକ୍ଷରେ ବିଲକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସାଉଥ୍ ସିଟି ବାରରେ ସେଦିନ ପାର୍ଟିର ୩୫ ରୁ ୪୦ ହଜାର ଟଙ୍କାର ବିଲ୍ ହୋଇଥିଲା। ଟଙ୍କା କିଏ ଦେବ ତାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗିଥିଲା । ଏହି କଥାକୁ ନେଇ ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି। ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ସହ ଆଉ ଜଣେ ସାଙ୍ଗକୁ ବନ୍ଧକ ରଖିଥିଲେ ବାର କର୍ମଚାରୀ ବୋଲି କୁହାଯାଉଛି। ବିଲକୁ ନେଇ ବିବାଦ ଲାଗିବା ପରେ ମନୀଷ ଘରୁ ଟଙ୍କା ମାଗି ବିଲ୍ ଦେଇଥିବା ସୂଚନା ମିଳିଛି । ତାଙ୍କ ମା’ ଦୁଇ ଥରରେ ୮୦୦୦ ଟଙ୍କା ଦେଇଥିବା ଆଗରୁ ମଧ୍ୟ କହିଛନ୍ତି।ତେବେ ବାର କର୍ମଚାରି ମୋବାଇଲ ବନ୍ଧକ ରଖିବା ମନୀଷଙ୍କୁ ବାଧିଥିଲା। ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ ବୋଲି କୁହାଯାଉଛି। ଅନ୍ୟ ପକ୍ଷରେ ସିସିଟିଭି ଦୃଶ୍ୟ ଦେଖି ସନ୍ଦିଗ୍ଧ ଯୁବତୀଙ୍କୁ ଏହି ଘଟଣାରେ କିଛି ଲିଙ୍କ୍ ରହିଛି ବୋଲି ଚର୍ଚ୍ଚା ହେଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: