ଫସିଲେ ଏହି ଦୁଇ ସୁନ୍ଦରୀ, ଜାଣନ୍ତୁ କାହିଁକି ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ ଓ ନୋରା ଫତେହିଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ବେଆଇନ ଅର୍ଥ କାରବାର ମାମଲାରେ ପଚରାଉଚରା ପାଇଁ ଦୁଇ ଷ୍ଟାରଙ୍କୁ ସମନ ଜାରି କରିଛି ଇଡି । ତେବେ ସମନ ପାଇ ପ୍ରବର୍ତ୍ତନ ନିର୍ଦେଶାଳୟରେ ଆଜି ହାଜର ହୋଇଥିଲେ କୋରୀୟଗ୍ରାଫର ନୋରା ଫତେହି, କାଲି ଜେରା ପାଇଁ ହାଜର ହେବେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ । ୨୦୦ କୋଟିର ମନି ଲଣ୍ଡ୍ରିଂ ମାମଲାରେ ସେମାନଙ୍କୁ ସମନ କରାଯାଇଥିବା ଜଣା ପଡିଛି । ଏହି ୨୦୦ କୋଟି ଟଙ୍କା ବେଆଇନ କାରବାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ସହ ଉଭୟଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ।
ସୂଚନାଯୋଗ୍ୟ ଯେ ସୁକେଶ ଚନ୍ଦ୍ରଶେଖରଙ୍କୁ ପୋଲିସ କିଛି ମାସ ତଳେ ଗିରଫ କରିଥିଲା। ସୁକେଶ ଜେଲରେ ରହି ୨୦୦ କୋଟି ଟଙ୍କା ଠକାମିର ଏକ ବଡ ରାକେଟ ଚଲାଇଥିବା ଅଭିଯୋଗ ହୋଇଛି। ଜେଲରେ ରହି ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କ ପତ୍ନୀଙ୍କଠାରୁ ୫୦ କୋଟି ଟଙ୍କା ମାଗିଥିଲେ ସୁକେଶ। ଏହି ମାମଲାର ସୁରାକ ପାଇ ଯେତେବେଳେ ପୋଲିସ ଜେଲ ଉପରେ ଚଢାଉ କରିଥିଲା, ସେତେବେଳେ ସୁକେଶ ସେଲରୁ ୨ଟି ମୋବାଇଲ୍ ଫୋନ୍ ମଧ୍ୟ ପାଇଥିଲା ପୋଲିସ। ପୂର୍ବରୁ ଗତ ମାସରେ ଜ୍ୟାକ୍‌ଲିନଙ୍କୁ ମଧ୍ୟ ଏହି ଘଟଣାରେ ପଚରା ଉଚରା କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *