ଦୁଇଟି ଖରଭୁଜର ମୂଲ୍ୟ ୩୩ ଲକ୍ଷ

ଦୁଇଟି ଖରଭୁଜର ମୂଲ୍ୟ ୩୩ ଲକ୍ଷ

ଭାରତରେ, ଆପଣ ନିଶ୍ଚିତ ଭାବରେ ବିଭିନ୍ନ ପ୍ରକାର ଦେଶୀବିଦେଶୀ ଫଳ ଏବଂ ପନିପରିବାର ସ୍ବାଦ ଉପଭୋଗ କରିଥିବେ। ଯଦି ପିଆଜ ଏବଂ ଟମାଟୋର ମୂଲ୍ୟ ସାମାନ୍ୟ ବୃଦ୍ଧି ହୁଏ, ତେବେ ଲୋକମାନେ ହୋହାଲା କରି ପକାନ୍ତି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଦୁନିଆରେ କେତେ ମୂଲ୍ୟବାନ ଫଳ ବିକ୍ରି ହୋଇଥାଏ? ଆମେ ସମସ୍ତେ ସେଓ, କମଳା, ଅଙ୍ଗୁର, ଆମ୍ବ ଖାଇଥିବେ, କିନ୍ତୁ ଆପଣ ଏମିତି ଏକ ଫଳ ଖାଇଛନ୍ତି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା?ଏହି ଫଳର ମୂଲ୍ୟ ସୁନା ମୂଲ୍ୟଠାରୁ ମହଙ୍ଗା ଅଟେ:- ଖାସ୍ ଫଳ ଖାଇବାର କ୍ରେଜ୍ କିଛି ଲୋକଙ୍କ ପାଖରେ ରହିଥାଏ। ତେବେ ସାଧାରଣ ଫଳର ମୂଲ୍ୟ ୧୦୦, ୨୦୦, ୫୦୦, ୧୦୦୦ କିମ୍ବା ଅତି ବେଶିରେ ୫୦୦୦ ହୋଇପାରେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଫଳ ବିଷୟରେ କହିବାକୁ ଯାଉଛୁ, ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। ଏହି ଫଳ କିଣି ଖାଇବା ପୂର୍ବରୁ, ଆପଣ ନିଶ୍ଚିତ ଭାବରେ ଭାବିବେ ଯେ ଆମେ ଏହା ବଦଳରେ ସୁନାରେ କାହିଁକି ବିନିଯୋଗ ନକରିବୁ। ହଁ, ଲୋକମାନେ ଏହି ମହଙ୍ଗା ଫଳ କିଣିବା ପାଇଁ ନିଲାମରେ ଭାଗ ନେଇଥାନ୍ତି। ଜାପାନରେ ଏହି ନାମରେ ଜଣାଶୁଣା :ତେବେ ଚାଲନ୍ତୁ ଜାଣିବା ଏହି ଫଳର ନାମ କ’ଣ? ଏହି ଫଳକୁ ୟୁବାରୀ ମେଲନ୍ କୁହାଯାଏ, ଯାହା ଏକ ଖରଭୁଜ। ଏହା ଦୁନିଆର ସବୁଠାରୁ ମହଙ୍ଗା ଫଳ ବୋଲି କୁହାଯାଏ। ଏହି ଫଳ କେବଳ ଜାପାନରେ ଚାଷ କରାଯାଏ, ଏବଂ କେବଳ ଧନୀ ଲୋକମାନେ ଏହାକୁ କିଣି ଖାଇଥାନ୍ତି କହିଲେ ଭୁଲ ହେବନି। ଜାପାନର ୟୁବାରୀ ଖରଭୁଜ କେବଳ ଜାପାନର ୟୁବାରୀ ଅଞ୍ଚଳରେ ଚାଷ କରାଯାଇଥାଏ। ଏହି ୟୁବାରୀ ଖରଭୁଜ ମଧ୍ୟରୁ ଦୁଇଟି ୨୦୧୯ ମସିହାରେ ରେକର୍ଡ ମୂଲ୍ୟ କରିଥିଲା, ଏହି ଖରଭୁଜରୁ କେବଳ ଦୁଇଟିର ମୂଲ୍ୟ ୪୫ ହଜାର ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୩୩ ଲକ୍ଷ ଟଙ୍କା ନିଲାମ ହୋଇଥିଲା। ଏହା ଏକ ଖରଭୁଜ ପରି ଦେଖାଯାଉଥିଲେ ମଧ୍ୟ ଏହାର ସ୍ୱାଦ ଅତ୍ୟନ୍ତ ମିଠା ଏବଂ ତାର ଭିତର କମଳା ରଙ୍ଗର।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: