ଥରେ ଏମିତି ରାନ୍ଧନ୍ତୁ ମାଛ ବେସର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମାଛରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ଆପଣ ଖଇଥିବେ ନିଶ୍ଚୟ। ସେଥି ମଧ୍ୟରେ ବେସର, ମସଲା, ଫ୍ରାୟେ ମାଛ ରହିଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏକ ନିଆରା ପଦ୍ଧତିରେ କିପରି ସହଜରେ ସ୍ଵାଦିଷ୍ଟ ମାଛ ବେସର କରିବେ ଜଣାଉଛୁ। ଏହି ପଦ୍ଧତିରେ ମାଛ ବେସର କରି ଥରେ ଖାଇଲେ ପାଟିରୁ ସ୍ବାଦ ଛାଡ଼ିବନି କି ହାତରୁ ବାସ୍ନା ମଧ୍ୟ। ତେବେ ଚାଲନ୍ତୁ ଜାଣିବା କିପରି ମାଛ ବେସର କରିବେ…ଆବଶ୍ୟକ ସାମଗ୍ରୀ:–୫୦୦ ଗ୍ରାମ ମାଛ-ଆବଶ୍ୟକ ଅନୁଯାୟୀ ଲୁଣ -ଲଙ୍କା ଗୁଣ୍ଡ ଅଧ ଚାମଚ -ହଳଦୀ ଗୁଣ୍ଡ ୧ ଚାମଚ-ଜିରା ଗୁଣ୍ଡ ଅଧ ଚାମଚ-ଧନିଆ ଗୁଣ୍ଡ ଅଧ ଚାମଚ- କଞ୍ଚା ଲଙ୍କା ୨ ଟା- ସୋରିଷ ବଟା – ଭାଜିବା ଓ ରାନ୍ଧିବା ପାଇଁ ତେଲ – ଗରମ ମସଲା ଅଧ ଚାମଚ – ଅଦା ରସୁଣ,- ଲେମ୍ବୁ ରସ- ଗୋଟେ ପିଆଜ- ଅଧକପ ଦହି- ଛୋଟ ଛୋଟ କଟା ଧନିଆ ପତ୍ର ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ମାଛକୁ ଧୋଇ ସେଥିରେ ଲୁଣ,ହଳଦୀ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ତାପରେ ଗ୍ୟାସରେ କଡେଇ ବସେଇ ତେଲ ଗରମ କରନ୍ତୁ । ତେଲ ଗରମ ହେବାପରେ ସେଥିରେ ମାଛ ପକାଇ ଫ୍ରାୟେ କରନ୍ତୁ। ମାଛ ଫ୍ରାୟେ ହେବା ପରେ ତାକୁ ଗୋଟିଏ ପ୍ଲେଟକୁ କାଢି ଦିଅନ୍ତୁ।ତାପରେ ଆଉ ଏକ ପାତ୍ରରେ ଫ୍ରାଏ କରିଥିବା ମାଛ ନେଇ ସେଥିରେ ଲଙ୍କା ଗୁଣ୍ଡ, ସୋରିଷ ବଟା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଅଦା-ରସୁଣ ପେଷ୍ଟ ,ଲେମ୍ବୁ ରସ, କଟା ପିଆଜ, କଟା କଂଚା ଲଙ୍କା ପକାଇ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ୨୦ ରୁ ୨୫ ମିନିଟ ଯାଏଁ ରଖିଦିଅନ୍ତୁ । ଏହାପରେ ପୁଣି ଗ୍ୟାସରେ କଡେଇ ବସେଇ ତେଲ ଗରମ କରନ୍ତୁ । ତେଲ ଗରମ ହେବାପରେ ସେଥିରେ ଗୋଳାଇ ରଖିଥିବା ମାଛକୁ ସେଥିରେ ପକାଇ ରାନ୍ଧନ୍ତୁ । ଏହାପରେ ସେଥିରେ ଅଳ୍ପ ପାଣି ପକାଇ ମିକ୍ସ କରନ୍ତୁ । ତାପରେ ସେଥିରେ, ଅଳ୍ପ ଦହି ପକାଇ ଗୋଳାଇ ଦିଅନ୍ତୁ । ସବୁ ଜିନିଷ ଭଲଭାବେ ରାନ୍ଧି ହେବା ପରେ ସେଥିରେ କଟା ଧନିଆ ପତ୍ର ପକାଇ ଘଣ୍ଟି ଦିଅନ୍ତୁ। ଏବେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ମାଛ ବେସର । ଏହାକୁ ଆପଣ ଭାତ କିମ୍ବା ରୁଟି, ପରଟା ସହ ଖାଇ ପାରିବେ।

Leave a Reply

Your email address will not be published. Required fields are marked *