ପୁଣି ଆସୁଛି ‘ବଡେ ମିଆଁ ଛୋଟେ ମିଆଁ’

ପୁଣି ଆସୁଛି ‘ବଡେ ମିଆଁ ଛୋଟେ ମିଆଁ’

ପ୍ରିଜମ ନ୍ୟୁଜ ବ୍ୟୁରୋ: ରିଲିଜ ହୋଇଛି ସିନେମା ‘ବଡେ ମିଆଁ ଛୋଟେ ମିଆଁ’ର ଟିଜର। ଏହି ଟିଜର୍‌ରେ ନଜରକୁ ଆସଛନ୍ତି ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ ଆକ୍ସନ ଷ୍ଟାର ଟାଇଗର ଶ୍ରଫ୍। ପ୍ରଥମ ଥର ପାଇଁ ଉଭୟ ବଡ଼ ପରଦାରେ ଏକାଠି କାମ କରିବେ। ଦୁହିଁଙ୍କ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ର ଟିଜର ରିଲିଜ ହେବା ପରେ ଏହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ଚଳଚ୍ଚିତ୍ରର ପ୍ରଥମ ଲୁକ୍‌କୁ ନିର୍ମାତା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ। ୩୦୦ କୋଟି ଟଙ୍କା ବଜେଟ୍‌ରେ ଫିଲ୍ମଟିକୁ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ଦାୟିତ୍ୱ ନେଇଛନ୍ତି। ବଡେ ମିଆଁ ଭୂମିକାରେ ଅକ୍ଷୟ ଏବଂ ଛୋଟେ ମିଆଁ ଭୂମିକାରେ ଟାଇଗର ନଜର ଆସିବେ। ଫିଲ୍ମଟିକୁ ଅଭିନେତା ଜ୍ୟାକି ଭଗନାନୀଙ୍କ ବ୍ୟାନର ତଳେ ତିଆରି କରାଯାଉଛି। ପୂର୍ବରୁ ୧୯୯୮ରେ ସିନେମା ‘ବଡେ ମିଆଁ ଛୋଟେ ମିଆଁ’ରେ ଅମିତାଭ ବଚ୍ଚନ ଏବଂ ଗୋବିନ୍ଦା ନଜରକୁ ଆସିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: