ପ୍ରଣବ ଦା’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ,ବିଭିନ୍ନ ସ୍ଥାନରେ ଯଜ୍ଞ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ବ୍ରେନ୍ ସର୍ଜରୀ ପରେ ୩ ଦିନ ଧରି ସେ ଭେଣ୍ଟିଲେଟରରେ ଅଛନ୍ତି। ସର୍ଜରୀ ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀର ଆର୍ମି ହସପିଟାଲରେ ବ୍ରେନ୍ ସର୍ଜରୀ ପରେ ତାଙ୍କ ଅବସ୍ଥା ଗୁରୁତର ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ସେ କୋରୋନାରେ ମଧ୍ୟ ସଂକ୍ରମିତ ଅଛନ୍ତି। ପ୍ରବଣଙ୍କ ଆରୋଗ୍ୟ କାମନାରେ ଦେଶର ବିଭିନ୍ନ ସ୍ଥାନରେ ଯଜ୍ଞ ଓ ପ୍ରାର୍ଥନା ଜାରି ରହିଛି।

Leave a Reply

Your email address will not be published. Required fields are marked *