ଭାରତୀୟ ମା’ ଓ ଜାମାଇକାନ ବାପାଙ୍କ ଝିଅ, କିନ୍ତୁ ଆମେରିକୀୟ କହିବାକୁ ପସନ୍ଦ କରନ୍ତି କମଳା

ଭାରତୀୟ ମା’ ଓ ଜାମାଇକାନ ବାପାଙ୍କ ଝିଅ, କିନ୍ତୁ ଆମେରିକୀୟ କହିବାକୁ ପସନ୍ଦ କରନ୍ତି କମଳା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରେଟିକ୍ ପାର୍ଟିର ଆଶାୟୀ ପ୍ରାର୍ଥୀ ଜୋ ବିଡେନ୍ ସାସଂଦ କମଳା ହେରିସଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ପଦ ପାଇଁ ନିର୍ବାଚନ ଲଢ଼ିବାରେ ସେ ପ୍ରଥମ କୃଷ୍ଣକାୟ ମହିଳା। ତାଙ୍କ ମା’ ଶ୍ୟାମଳା ଗୋପାଳନ୍ ଭାରତୀୟ ଏବଂ ପିତା ଡୋନାଲଡ ହେରିସ ଜାମାଇକାନ ଅଟନ୍ତି। ସେଥିପାଇଁ କମଳା କୌଣସି ରଙ୍ଗର ବା ଦେଶ ସହ ନିଜକୁ ଜଡ଼ିତ କରିବା ଅପେକ୍ଷା ଆମେରିକୀୟ କହିବାକୁ ଅଧିକ ପସନ୍ଦ କରନ୍ତି।

ଏହା ପୂର୍ବରୁ ଦୁଇ ଥର କୌଣସି ମହିଳାଙ୍କୁ ଉପ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ୨୦୦୮ରେ ରିପବ୍ଲିକାନ ପାର୍ଟିର ନାରା ପେଲିନ୍ ଏବଂ ଏହା ପୂର୍ବରୁ ୧୯୮୪ରେ ଡେମୋକ୍ରେଟିକ୍ ପାର୍ଟିର ଗିରାଲଡିନ୍ ଫେରାରୋଙ୍କୁ ଆଶାୟୀ ପ୍ରାର୍ଥୀ କରାଯାଇଥିଲା। ମାତ୍ର, ଦୁଇ ଜଣ ଯାକ ହାରିଥିଲେ। ସେହିପରି ଆଜି ପର୍ଯ୍ୟନ୍ତ ଆମେରିକାରେ କୌଣସି କୃଷ୍ଣକାୟ ମହିଳା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯାଇ ନାହିଁ କି କୌଣସି ମହିଳା ରାଷ୍ଟ୍ରପତି ଆଜି ଯାଏ ଏଠାରେ ହୋଇ ନାହାନ୍ତି।

ଆସନ୍ତୁ ଜାଣିବା କମଳା ହେରିସଙ୍କ ବିଷୟରେ…


୧) ପିତା ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଶିକ୍ଷକ, ମା’ କ୍ୟାନ୍ସର ଗବେଷକ

କମଳା ହେରିସଙ୍କ ଜନ୍ମ ୧୯୬୪ ମସିହା ଅକ୍ଟୋବର ୨୦ ତାରିଖରେ ଅକଲାଣ୍ଡ (କାଲିଫର୍ଣ୍ଣିଆ)ରେ ହୋଇଥିଲା। ତାଙ୍କର ପୂରା ନାଁ କମଳା ଦେବୀ ହେରିସ। ପିତା ଡୋନାଲ୍ଡ ହେରିସ ଷ୍ଟାନଫୋର୍ଡ ୟୁନିଭର୍ସିରେ ପାଠ ପଢ଼ାନ୍ତି। ସେହିପରି ମା’ ଶ୍ୟାମଳା ଗୋପାଳନ୍ ଭାରତୀୟ କୂଟନୀତିଜ୍ଞଙ୍କ ଝିଅ ଏବଂ କ୍ୟାନ୍ସର ଗବେଷକ ଥିଲେ। ତାଙ୍କର ନିଧନ ୨୦୦୯ରେ ହୋଇଥିଲା। କମଳାଙ୍କ ଭଉଣୀ ମାୟା ହେରିସ ଏକ ପବ୍ଲିକ ପଲିସି ଓକିଲ ଭାବେ କାର୍ଯ୍ୟରତ।
ୱାସିଂଟନ ଡିସିରେ କମଳା ୱେଷ୍ଟମାଉଣ୍ଟ ହାଇସ୍କୁଲରୁ ପାଠ ପଢ଼ିଛନ୍ତି। ଛାତ୍ର କାଉନସିଲ ପାଇଁ ମଧ୍ୟ ସେ ନିର୍ବାଚିତ ହୋଇଥିଲେ। ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ବି.ଏ କରିବା ସମୟରେ ସେ ବିଭିନ୍ନ ତର୍କରେ ସାମିଲ ହେଉଥିଲେ। ୧୯୮୬ରେ ସେ ହାଭାର୍ଡ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ହୋଇଥିଲେ। ସେହିପରି ୧୯୮୯ରେ ହଷ୍ଟିଙ୍ଗ୍ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ।

୨) ୨୦୧୪ରେ ବିବାହ, ଦୁଇ ପିଲାଙ୍କ ସାବତ ମା’

କମଳା ହେରିସଙ୍କ ବିବାହ ବରିଷ୍ଠ ଆଇନଜୀବୀ ଡଗଲସ୍ ଏମହଫଙ୍କ ସହ ସେଣ୍ଟା ବାରବରାରେ ୨୦୧୪ ମସିହା ଅଗଷ୍ଟ ୨୨ ତାରିଖରେ ହୋଇଥିଲା। ଦୁଇ ଜଣ ପିଲାଙ୍କ ସାବତ ମା’ ହେଉଛନ୍ତି କମଳା। ଏହା ପୂର୍ବରୁ ସେ ୧୯୯୪-୯୫ରେ କମଳାଙ୍କ ସମ୍ପର୍କୀୟ ତଥା କାଲିଫର୍ଣ୍ଣିଆ ଆସେମ୍ଲିର ପୂର୍ବତନ ସ୍ପିକର ବିଲି ବ୍ରାଉନଙ୍କ ସହ ସେ ରହିଥିଲେ। ଏହି ସମ୍ପର୍କ ପାଇଁ ବିଲି ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ସେହିପରି ୨୦୦୦ ମସିହାରେ ଲୁଇସ୍ ରେନେଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା।

୩) ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକାର ସିନେଟର୍
କମଳା ପ୍ରଥମ ଭାରତୀୟ ବଂଶୋଦ୍ଭବ, ଯିଏ କି ୨୦୧୬ରେ ୟୁଏସ୍ ସିନେଟର ଥିଲେ। ଏହାସହ ସେ ଦ୍ୱିତୀୟ ଆଫ୍ରିକୀୟ-ଆମେରିକୀୟ ମହିଳା ଭାବେ ସିନେଟର ହୋଇଥିଲେ। ସେହିପରି ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ରହିଥିଲେ। ସେହି ସମୟରେ ମଧ୍ୟ ସେ ପ୍ରଥମ ଆଫ୍ରିକୀୟ-ଆମେରିକୀୟ ମହିଳା ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରୁ ୧୯୯୮ ପର୍ଯ୍ୟନ୍ତ କମଳା ଡେପୁଟି ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଭାବେ କାର୍ଯ୍ୟ କରିଥିଲେ।୨୦୦୪ରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ହେବା ପରେ ୨୦୧୦ରେ ସେ ଆଟର୍ଣ୍ଣି ଜେନେରାଲ ହୋଇଥିଲେ। ସେହିପରି କମଳା ଜଣେ ଲେଖିକା ହିସାବରେ ମଧ୍ୟ ପ୍ରସିଦ୍ଧ। ‘ସ୍ମାର୍ଟ ଅନ୍ କ୍ରାଇମ୍(୨୦୦୯)’, ‘ଦ ଟ୍ରୁଥ୍ସ ୱି ହୋଲ୍ଡ: ଏନ୍ ଆମେରିକାନ୍ ଜର୍ଣ୍ଣି(୨୦୧୯)’ ଏବଂ ‘ସୁପରହିରୋଜ ଏବଂ ଏବ୍ରିହ୍ୱେୟର୍(୨୦୧୯)’ ନାମକ ତିନିଟି ପୁସ୍ତକ ରଚନା କରିଛନ୍ତି।

୪) ପ୍ରଥମ ଥର ସାଂସଦ ଓ ଏବଂ ଉପ-ରାଷ୍ଟ୍ରପତି ପଦ ରେସ୍
କମଳା ହେରିସ ୨୦୧୭ରେ ପ୍ରଥମ ଥର ପାଇଁ ସାସଂଦ ହୋଇଥିଲେ ଏବଂ ତିନି ବର୍ଷ ପରେ ଉପ ରାଷ୍ଟ୍ରପତି ପଦ ଦୌଡ଼ରେ ସାମିଲ ହୋଇଛନ୍ତି। ଏଥିପାଇଁ ତାଙ୍କର ଓକିଲାତିକୁ ହିଁ ବେଶୀ ଶ୍ରେୟ ଦିଆଯାଏ। ୨୦୧୨ରେ ଡେମୋକ୍ରେଟିକ୍ ନ୍ୟାସନାଲ କନଭେନସନରେ କମଳା ଏକ ଐତିହାସିକ ଭାଷଣ ଦେଇଥିଲେ। ଏଠାରୁ ହିଁ ସେ ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିଥିଲେ। ଦଳ ଭିତରେ ତାଙ୍କୁ ରାଇଜିଙ୍ଗ୍ ଷ୍ଟାର୍ ବୋଲି କୁହାଗଲା। ଇଣ୍ଟେଲିଜେଣ୍ଟ ସିଲେକ୍ଟ କମିଟି ସଦସ୍ୟ ଭାବେ ନିଜର କାର୍ଯ୍ୟଦକ୍ଷତା ହିଁ ତାଙ୍କୁ ଉପ ରାଷ୍ଟ୍ରପତି ଦୌଡ଼ରେ ସାମିଲ ହେବାରୁ ବାଧ୍ୟ କରିଥିଲା। ଏହା ପୂର୍ବରୁ ତାଙ୍କ ନାଁ ରାଷ୍ଟ୍ରପତି ପଦ ପାଇଁ ଦାବିଦାର ଥିଲା। ମାତ୍ର, ୨୦୧୯ ମସିହା ସେପ୍ଟେମ୍ୱର ମାସରେ ପ୍ରଚାର ବିବାଦ ତାଙ୍କୁ ନିଜ ନାଁ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା। ଏହାପର ଠାରୁ ହିଁ ଜୋ, ତାଙ୍କୁ ଉପ ରାଷ୍ଟପତି ପଦ ପାଇଁ ପ୍ରାର୍ଥୀ କରିବେ ବୋଲି ଚର୍ଚ୍ଚା ହେଉଥିଲା।

୫) କମଳାଙ୍କ ନାଁ ପରେ କିଏ କ’ଣ କହିଲେ…

https://twitter.com/realDonaldTrump/status/1293368220498505728

0 Comments

Leave Your Comment

Your email address will not be published. Required fields are marked *

%d bloggers like this: