ଏକବିଂଶ ଶତାବ୍ଦୀରେ ଡିଜିଟାଲ ଟ୍ୟାକ୍ସେସନ

ଏକବିଂଶ ଶତାବ୍ଦୀରେ ଡିଜିଟାଲ ଟ୍ୟାକ୍ସେସନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତୀୟ ଟିକସ ବ୍ୟବସ୍ଥାରେ ସମୟୋପଯୋଗୀ ପରିବର୍ତ୍ତନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟକର ପାଇଁ ନୂଆ ପ୍ଲାଟଫର୍ମର ଶୁଭାରମ୍ଭ କରିବା ସହ ଆୟକର ବ୍ୟବସ୍ଥାର ସରଳୀକରଣ କରିଛନ୍ତି। ଷ୍ଟ୍ରକ୍ଟରାଲ ରିଫର୍ମ ପରେ ନୂଆ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ନୂଆ ବ୍ୟବସ୍ଥାରେ ଆୟକରଦାତାଙ୍କ ବିଶ୍ୱାସ ବଢ଼ିବା ସହିତ କରଦାତାଙ୍କ ପ୍ରତି ସମ୍ମାନ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରନିର୍ମାଣରେ କରଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଆୟକର ପ୍ରଦାନ ବ୍ୟବସ୍ଥାର ସରଳୀକରଣ କରଦାତାଙ୍କ ଜୀବନକୁ ସମସ୍ୟା ବିହୀନ କରିବ। ଦେଶର ୧ କୋଟି ୫ ଲକ୍ଷ କରଦାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦେଶବାସୀ ସମ୍ମାନ ଦେବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ନୂଆ ବ୍ୟବସ୍ଥାରେ ଟ୍ୟାକ୍ସ ସମ୍ବନ୍ଧୀୟ କୌଣସି ସମସ୍ୟାର ସମାଧାନ ପାଇଁ କରଦାତାଙ୍କୁ ଆୟକର କର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଅନଲାଇନ ପ୍ଲାଟଫର୍ମରେ ସମସ୍ତ ସେବା ଉପଲବ୍ଧ ହେବ। ଏହି ବ୍ୟବସ୍ଥା ଆସନ୍ତା ୨୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: